ମାମଲ୍ଲାପୁରମ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ କ’ଣ ଧରିଥିଲେ

ନୂଆଦିଲ୍ଲୀ: ଶନିବାର ସକାଳେ ମାମଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ବାଡ଼ି ଭଳି ଦିଶୁଥିବା ଜିନିଟି କ’ଣ ବୋଲି ଜାଣିବାକୁ ଅନେକ ଲୋକ ଉତ୍ସୁକ ହୋଇ ପଚାରିଥିଲେ।

ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ସେ କଥା ସ୍ପଷ୍ଟ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି: କାଲି ଠାରୁ ଆପଣମାନଙ୍କ ମଧ୍ୟରୁ ଅନେକେ ପଚାରୁଛନ୍ତି କି, ମାମଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କରୁଥିବା ବେଳେ ମୁଁ ହାତରେ କ’ଣ ଧରିଥିଲି। ସେଇଟା ହେଉଛି ମୁଁ ସର୍ବଦା ବ୍ୟବହାର କରୁଥିବା ଗୋଟାଏ ଆକ୍ୟୁପ୍ରେସର୍‌ ରୋଲର୍‌। ମୋ ପାଇଁ ସେଇଟା ବଡ଼ ଉପକାରୀ।

Image Source: Hindustan Times

ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଦୁଇ ଦିନିଆ ଅନୌପଚାରିକ ଶିଖର ବୈଠକରେ ଯୋଗଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଉପକୂଳ ସହରକୁ ଯାଇଥିଲେ। ସେଠାରେ ମୋଦୀ ଓ ଜି ଜିନ୍‌ପିଙ୍ଗ୍‌ ବେଳାଭୂମି ପାଖ ମନ୍ଦିର ପରିଧି, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଅନେକ ପର୍ଯ୍ୟାୟରେ ବୈଠକ ବସାଇଥିଲେ।

ଶନିବାର ସକାଳେ ବେଳଭୂମିରେ ପ୍ରଭାତ ଭ୍ରମଣ କରିବା ସମୟରେ ସେ ହାତରେ ଗୋଟାଏ ଆକ୍ୟୁପ୍ରେସର୍‌ ରୋଲର୍‌ ଧରିଥିଲେ। ସେ ସମୟର ଫଟୋ କେତୋଟି ମଧ୍ୟ ସେ ଟୁଇଟ୍‌ କରିଥିଲେ।

ସମ୍ବନ୍ଧିତ ଖବର