ଇନ୍ଦିରା ଗାନ୍ଧୀଙ୍କ ସହ ଲୋକେ ତୁଳନା କରିବା ପରେ ଶୁଣନ୍ତୁ କ’ଣ କହିଲେ ପ୍ରିୟଙ୍କା….

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଜନସଭା, ରାଲି, ରୋଡ୍‌ ସୋ’ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବାରେ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଶୁକ୍ରବାର ପ୍ରିୟଙ୍କା କାନପୁରରେ ରୋଡ୍‌ ସୋ’ କରିଥିବା ବେଳେ ବହୁଳ ପରିମାଣରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

କଂଗ୍ରେସ ପ୍ରାର୍ଥୀ ଶ୍ରୀପ୍ରକାଶ ଜୟଶଓ୍ଵାଲଙ୍କ ସମର୍ଥନରେ ପ୍ରିୟଙ୍କା କାନପୁରରେ ରୋଡ୍‌ ସୋ’ କରିଥିବା ବେଳେ ଚୌକିଦାର ଚୋର୍‌ ହୈ ନାରାବାଜି କରାଯାଇଥିଲା । ଏହା ସହ କିଛି ସମର୍ଥକ ପ୍ରିୟଙ୍କାଙ୍କ ତୁଳନା ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ସହ କରିଥିଲେ । ଏଭଳି ତୁଳନା କରାଯାଉଥିବା ଶୁଣି ପ୍ରିୟଙ୍କା କହିଥିଲେ, ଇନ୍ଦିରାଜୀଙ୍କ ଆଗରେ ମୁଁ କିଛି ନୁହେଁ । କିନ୍ତୁ ଯେଉଁଭଳି ସେବାର ଭାବନା ତାଙ୍କ ମନରେ ଜନତାଙ୍କ ପାଇଁ ଥିଲା, ସେଭଳି ଭାବନା ମୋ ମନରେ ଏବଂ ମୋ ଭାଇ ରାହୁଲଙ୍କ ମନରେ ରହିଛି । ଯାହା ଆମଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ ।

ସମ୍ବନ୍ଧିତ ଖବର