କର୍ଣ୍ଣାଟକ ନିର୍ବାଚନ ଉପରେ କ’ଣ କହିଲେ ରାହୁଲ ?

ବେଙ୍ଗାଲୁରୁ : ବୁଧବାର ସନ୍ଧ୍ୟାରେ ପ୍ରକାଶିତ ସମସ୍ତ ଏକ୍ଜିଟ୍ ପୋଲ୍ ରେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଖୁସି ଦେଖିବାକୁ ମିଳୁଛି। ମତଦାନ ଶେଷ ହେବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବା ସହ ‘ଉଜ୍ଜ୍ୱଳ ଏବଂ ଲୋକାଭିମୁଖୀ’ ଅଭିଯାନ ପାଇଁ ତାଙ୍କ ଦଳର ନେତା ଓ କର୍ମୀଙ୍କୁ ପ୍ରଶଂସା କରିଛନ୍ତି । ଏହି ଚମତ୍କାର ଓ ଲୋକାଭିମୁଖୀ ଅଭିଯାନ ପାଇଁ ମୁଁ କଂଗ୍ରେସର  କର୍ମୀ ଓ କଂଗ୍ରେସର ନେତାମାନଙ୍କୁ କୃତଜ୍ଞତା ଜଣାଉଛି । ପ୍ରଗତିଶୀଳ ଭବିଷ୍ୟତ ପାଇଁ ଏତେ ସଂଖ୍ୟକ ସଂଖ୍ୟାରେ ବାହାରିଥିବାରୁ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ।

ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି ଯେ ସମସ୍ତ ଏକଜିଟ୍ ପୋଲ୍ ଶତପ୍ରତିଶତ ଠିକ୍ ନୁହେଁ। ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଜିତିବୁ ଏବଂ କର୍ଣ୍ଣାଟକରେ ପୁଣି ଥରେ ଆମର ସରକାର ଗଠନ ହେବ ବୋଲି ଆମର ବିଶ୍ୱାସ ରହିଛି । ସେ କହିଛନ୍ତି ଯେ ଲୋକମାନେ ଆମ କାମ ଏବଂ ଡବଲ ଇଞ୍ଜିନ ସରକାର ପାଇଁ ଭୋଟ୍ ଦେଇଛନ୍ତି। ବିଗତ ବର୍ଷଗୁଡ଼ିକରେ ଆମେ ଲୋକଙ୍କୁ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିଛୁ ଏବଂ ଏବେ ଆମେ କର୍ଣ୍ଣାଟକକୁ ଆଗକୁ ନେବୁ, ସେଥିପାଇଁ ଜନତା ଆମକୁ ଭୋଟ୍ ଦେଇଛନ୍ତି ।

ସମ୍ବନ୍ଧିତ ଖବର