ସରକାରଙ୍କୁ ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ପ୍ରଶ୍ନ – ମେ ୧୭ ପରେ କ’ଣ ହେବ?

ନୂଆଦିଲ୍ଲୀ: ଲକ୍‌ଡାଉନ୍ କେତେ ଦିନଯାଏଁ ଚାଲିବ ତାହା ବିଚାର କରିବାକୁ ସରକାର କେଉଁ ସୂତ୍ର ଅବଲମ୍ବନ କରୁଛନ୍ତି ବୋଲି ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଦିନ କହିଛନ୍ତି। କଂଗ୍ରେସ୍ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ସୋନିଆ ଏ ପ୍ରଶ୍ନ ଉଠାଇଛନ୍ତି।

ବୈଠକରେ ଭାଷଣ ଦେବା ବେଳେ ସୋନିଆ ଗାନ୍ଧୀ କହିଲେ, ମେ ୧୭ ତାରିଖ ପରେ କ’ଣ ହେବ? ମେ ୧୭ ପରେ କେମିତି ହେବ ପରିସ୍ଥିତି ? ଲକ୍‌ଡାଉନ୍ କେତେ ଦିନ ଚାଲିବ, କେଉଁ ସୂତ୍ରକୁ ଭିତ୍ତିକରି ସରକାର ବିଚାର କରୁଛନ୍ତି।

Image Source: One India

ବୈଠକରେ ଉପସ୍ଥିତ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଲେ, ଆମେ ଜାଣିବା ଆବଶ୍ୟକ କରୁଛୁ, ଲକ୍‌ଡାଉନ୍ ୩. ୦ ପରେ କ’ଣ ହେବ?

କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କରୋନାଭାଇରସ୍ ମହାମାରୀର ପ୍ରଭାବ କିପରି ରହିଛି, ତାହା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସଂକ୍ରମଣ ଦମନ ପାଇଁ କି, ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର