ନୂଆଦିଲ୍ଲୀ: ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା ମଧ୍ୟରେ ଉଗ୍ର ହେଉଛି ଟାରିଫ ଯୁଦ୍ଧ । ଜଣେ ୬ ବଢାଇଲା ବେଳକୁ ଜଣେ ୯ ବଢାଇବାକୁ ଚାହିଁବସିଛି । ଆଉ ଇତି ମଧ୍ୟରେ ଆମେରିକା ବେଜିଂକୁ ଜବାବ ଦେଇ ଏକାଥରେ ୧୨୫ ପ୍ରତିଶତ ଟାରିଫ ଲଗାଇଛି । ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ ଘୋଷଣା ପରେ ଟ୍ରମ୍ପ ରାଗିଯାଇ ଚୀନ ଉପରେ ୧୨୫ ପ୍ରତିଶତ ଟାରିଫ କଷିଛନ୍ତି । ପୂର୍ବରୁ ୧୦୪ ପ୍ରତିଶତ ଚୀନ ଉପରେ ଶୁଳ୍କ ଲଗାଇଥିବା ବେଳେ ବେଜିଂ ଉପରେ ନିଜ ରାଗ ଶୁଝାଇବାକୁ ଯାଇ ୧୨୫ ପ୍ରତିଶତ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ।
ତେବେ ଏହି ବର୍ଦ୍ଧିତ ଟାରିଫ ଲାଗିବା ପରେ କଣ ହେବ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ଆପଣଙ୍କୁ କହିରଖୁଛୁ ଯେ ଶୁଳ୍କ ଲାଗୁ କରିବା ପରେ, ଏକ ଉତ୍ପାଦର ମୂଲ୍ୟ ବହୁତ ଅଧିକ ବୃଦ୍ଧି ପାଏ । ଟ୍ରମ୍ପ ଚୀନ ଉପରେ ୧୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଏହାର ଅର୍ଥ ହେଉଛି ଯେ ଏବେ ଆମେରିକୀୟ ବ୍ୟବସାୟୀମାନେ ଚୀନରୁ ଯାହା ବି ସାମଗ୍ରୀ ଆମଦାନୀ କରିବେ, ତାହାର ମୂଲ୍ୟ ୧୨୫ ପ୍ରତିଶତ ବୃଦ୍ଧି ପାଇବ । ଯଦି ଜଣେ ଆମେରିକୀୟ ବ୍ୟବସାୟୀ ପୂର୍ବରୁ ଚୀନରେ ତିଆରି ଉତ୍ପାଦକୁ ଲକ୍ଷେ ଟଙ୍କାରେ କିଣୁଥିଲେ ଟାରିଫ ଲାଗିବାୱ ପରେ ଏବେ ଏହାର ମୂଲ୍ୟ ୨.୨୫ ଲକ୍ଷ ଟଙ୍କା ହୋଇଯିବ। ଅର୍ଥାତ ଦୁଇଗୁଣା ଟଙ୍କାରେ ଉକ୍ତ ସାମଗ୍ରୀ ବା ଉତ୍ପାଦକୁ କିଣିବାକୁ ପଡିବ । ଏହି କାରଣରୁ, ଆମେରିକୀୟ ବଜାରରେ ଏହି ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇବା ସହ ଏହାର ପରିଣାମ ସ୍ୱରୂପ ଲୋକେ ହୁଏତ ଶସ୍ତା କିମ୍ବା ବିକଳ୍ପ କିଣିବାକୁ ବାଧ୍ୟ ହୋଇପାରନ୍ତି ।
ଅନ୍ୟପଟେ ଚୀନ କଥା ଯଦି କହିବା, ଚୀନର ବ୍ୟବସାୟୀ ମଧ୍ୟ ଯଦି ଆମେରିକାର ଉତ୍ପାଦ କିଣନ୍ତି ତେବେ ତାଙ୍କୁ ମଧ୍ୟ ଅଧିକ ଟଙ୍କାରେ ସାମଗ୍ରୀ କ୍ରଣ କରିବାକୁ ପଡିବ ।