ମୁମ୍ବାଇ: ମହାରାଷ୍ଟ୍ରର ମହାୟୁତିର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କିଛି ଦିନ ପାଇଁ ଗାଁକୁ ଯାଇଥିଲେ। ସେ କିଛି ବଡ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସେ ନିଜ ଗାଁରୁ ଫେରି ଏକ ବଡ ବୟାନ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ ମୋ ଭୂମିକାକୁ ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନେବେ। ଆମେ ସେମାନଙ୍କ ସହ ଦୃଢ଼ ଭାବେ ରହିଛୁ।

Advertisment

ମହାୟୁତିରେ ନିଜ ଭୂମିକା ବିଷୟରେ ଏକନାଥ ସିନ୍ଦେ କହିଛନ୍ତି, ମୁଁ ମୋ ଭୂମିକା ସ୍ପଷ୍ଟ କରିସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ମୁଖ୍ୟମନ୍ତ୍ରୀ ଚୟନ ସଂପର୍କରେ ନିଷ୍ପତ୍ତି ନେବେ। ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଯାହା କହିବେ, ତାକୁ ଆମର ସମର୍ଥନ ରହିଛି। ଖାଲି ସେତିକି ନୁହେଁ, ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ଦଳ ମହାବିକାଶ ଆଘାଡିକୁ ଟାର୍ଗେଟ କରି  ଏକନାଥ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରର ଜନତା ବିରୋଧୀ ଦଳ ନେତା ଚୟନ କରିବା ପାଇଁ ମଧ୍ୟ ବିରୋଧୀ ମେଣ୍ଟକୁ ଯୋଗ୍ୟ ଭାବିନାହାନ୍ତି ।

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ଦଳ ମହାବିକାଶ ଆଘାଡିକୁ ଟାର୍ଗେଟ କରି ଏକନାଥ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରର ଜନତା ବିରୋଧୀ ଦଳ ନେତା ଚୟନ କରିବା ପାଇଁ ମଧ୍ୟ ବିରୋଧୀ ମେଣ୍ଟକୁ ଯୋଗ୍ୟ ଭାବିନାହାନ୍ତି ।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଏକନାଥ ସିନ୍ଦେ କହିଛନ୍ତି। ଏବେ ବି ଲୋକେ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଆମ ସରକାର ଲୋକଙ୍କ ସ୍ୱର ଉପରେ ଆଧାରିତ ସରକାର । ଆମ ସରକାର ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଆମ ସରକାର ସାଧାରଣ ଲୋକଙ୍କ ସରକାର। ସିନ୍ଦେ ଗତ ଶୁକ୍ରବାର ମହାଯୁତି ବୈଠକ ଅଧାରୁ ଛାଡ଼ି ନିଜ ଗାଁକୁ ପଳାଇଯାଇଥିଲେ ।