ଭାଗ୍ୟ ନିର୍ଧାରଣ କରିବ ଫେସ୍‌ବୁକ୍, ହ୍ବ‌ାଟ୍ସଆପ୍!

୨୦୧୯ ପାଇଁ ଭିନ୍ନ ରଣନୀତି, ବିଜେପି-କଂଗ୍ରେସ ଟକ୍କର

ନୂଆଦିଲ୍ଲୀ: ଭାରତର ଲୋକସଂଖ୍ୟା ହେଉଛି ପାଖାପାଖି ୧୩୪ କୋଟି। ସେଥିମଧ୍ୟରୁ ୯୦ କୋଟି ହେଉଛନ୍ତି ଭୋଟର। ୪୫ କୋଟି ଲୋକଙ୍କ ହାତରେ ସ୍ମାର୍ଟଫୋନ୍। ୫୦ କୋଟି ଲୋକ ହେଉଛନ୍ତି ଇଣ୍ଟରନେଟ୍ ପ୍ରେମୀ। ‌େଫସବୁକ୍ ଏବଂ ହ୍ବାଟ୍ସଆପ୍ ଭକ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁ‌େହଁ। ଫେସବୁକ୍, ହ୍ବାଟସଆପ୍ ଏବଂ ଟୁଇଟର ଭଳି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଏବେ ଭାରତୀୟ ଯୁବପିଢ଼ି ଓ ଶିକ୍ଷିତ ଲୋକଙ୍କୁ କବଳିତ କରି ରଖିଛି। ଏହି ତଥ୍ୟ ସଂପର୍କରେ ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଯେ ୨୦୧୯ରେ‌ ହେବାକୁ ଯାଉଥିବା ‌ଲୋକସଭା ନିର୍ବାଚନରେ ଏଭଳିି ସାମାଜିକ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ପ୍ରଥମେ ଏହି ଗଣମାଧ୍ୟମକୁ ଅସ୍ତ୍ର ରୂପେ ବ୍ୟବହାର କରି ବିରୋଧୀଙ୍କୁ ଚକ୍‌ମା ଦେଇଥିଲା। ଏହାପର ଠାରୁ ସାମାଜିକ ଗଣମାଧ୍ୟମ ବ୍ୟବହାର‌ କରିବାରେ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ପ୍ରତି‌େଯାଗିତା ଆରମ୍ଭ ହୋଇଯାଇଛି। ୨୦୧୪ରେ ମୋଦୀ ସାମାଜିକ ଗଣମାଧ୍ୟମରେ ପ୍ରବେଶ କରିଥିବା ବେଳେ ଏହାର ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୧୫ରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏଥିରେ ଲମ୍ପ ଦେଇଥିଲେ। ସାମାଜିକ ଗଣମାଧ୍ୟମ ସହ ସଂପୃକ୍ତ ଥିବା କେତେକ ବିଶେଷଜ୍ଞଙ୍କ ମତରେ ଆଗାମୀ ‌ସାଧାରଣ ନିର୍ବାଚନରେ ବିଜେପି ଏବଂ କଂ‌େଗ୍ରସ ମଧ୍ୟରେ ଯେଉଁ ଲଢ଼େଇ ହେବ ସେଥିରେ ସେମାନଙ୍କ ହାତରେ ମୁଖ୍ୟ ଅସ୍ତ୍ର ହେବ ଫେସବୁକ୍ ଏବଂ ହ୍ବାଟସଆପ୍। ଏହାକୁ ଯିଏ ଯେତେ ପ୍ରଭାବୀ ଢଙ୍ଗରେ ବ୍ୟବବହାର କରିପାରିବ ‌େସହି ହିସାବରେ ଲାଭବାନ ହେବାର ସମ୍ଭାବନା ରହିଛି। କାରଣ ୨୦୧୪ରେ ୧୫ କୋଟି ୫୦ ଲକ୍ଷ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ଏବେ ଏହି ସଂଖ୍ୟା ଯାଇ ୪୫ କୋଟିରେ ଯାଇ ପହଂଚିଲାଣି।

ଏହି ବିଶେଷଜ୍ଞଙ୍କ କହିବା ଅନୁଯାୟୀ‌ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ଫେସବୁ୍କ ଏବଂ ହ୍ବାଟସଆପ କିପରି ବ୍ୟବହାର କରାଯାଇ ପାରିବ ତାହାକୁ ନେଇ ବିଭିନ୍ନ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଏହା ବହୁଳ ବ୍ୟବହାର ହୋଇଥିଲା। ଏଥିପାଇଁ କଂଗ୍ରେସ ଏବଂ ବିଜେପି ପକ୍ଷରୁ ସ୍ବତନ୍ତ୍ର ଅଫିସ ଖୋଲାଯାଇଥିଲା ଏବଂ ଏଥିରେ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ଏସବୁ ଗୋପନୀୟ ଭାବେ ଚାଲିଥିଲା ଏବଂ କେହି ଏସଂପର୍କରେ ତଥ୍ୟ ‌ପ୍ରକାଶ କରିନଥିଲେ।
ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ପ୍ରମୁଖ ଚେହେରା ମଧ୍ୟରେ ଲଢେଇ ହେବ। ସେମାନେ ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତେ‌େବ ସାମାଜିକ ଗଣମାଧ୍ୟମରେ ରାହୁଲଙ୍କ ତୁଳନା‌େର ମୋଦୀ ଢେର ଆଗରେ ଅଛନ୍ତି। ଫେସବୁକରେ ବିଶ୍ବବ୍ୟାପୀ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୪୩ ନିୟୁତ ଥିବା ବେଳେ ଟୁଇଟରରେ ୪୫ ନିୟୁତ ଅନୁଗାମୀ ଅଛନ୍ତି। ସେହିଭଳି ରାହୁଲଙ୍କ ଫେସବୁକ ଅନୁଗାମୀ ମାତ୍ର ୨୦ ଲକ୍ଷ ଥିବା ବେଳେ ୮୦ ଲକ୍ଷ ଲୋକ ଟୁଇଟର ଦେଖୁଛନ୍ତି। ତେବେ ଏହି ଗଣମାଧ୍ୟମକୁ ‌ଯିଏ ଯେତେ ପ୍ରଭାବୀ ଢଙ୍ଗରେ ବ୍ୟବହାର କରିପାରିବ ତାହାପାଇଁ ଏହା ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜଣାପଡ଼ିଛି ଯେ ଆସନ୍ତା ସାଧାରଣ ନିର୍ବାଚନରେ ୧୦ କୋଟି ନୂଆ ‌ଭୋଟରଙ୍କୁ ଦେଖିବାକୁ ମିଳିବ। ଯୁବପିଢିର ଏହି ଭୋଟର ପ୍ରଥମ ଥର ଲାଗି ମତଦାନରେ ଭାଗ‌େନବେ। ଏଥିମଧ୍ୟରୁ ଅଧିକାଂଶ ଭୋଟର ଅଧିକ ଶିକ୍ଷିତ ଏବଂ ସାମାଜିକ ଗଣମାଧ୍ୟମ ପ୍ରେମୀ। ତଥ୍ୟ ସଂଗ୍ରହ ଦୃଷ୍ଟିରୁ ମଧ୍ୟ ସେମାନେ ସ୍ମାର୍ଟ। ତେଣୁ ସେମାନେ ଭୋଟଦାନ ବେଳେ କେବେହେଲେ ପାବରିବାରିକ ପରଂପରାକୁ ଅନୁସରଣ କରିବେ ନାହିଁ। ସେମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେବେ। କେ‌ବଳ ସେତିକି ନୁହେଁ, ସେମାନେ ଫେସବୁକ ଓ ହ୍ବାଟସଆପ୍ ଜରିଆରେ ଅନ୍ୟମାନଙ୍କୁ ପ୍ରଭାବିତ ମଧ୍ୟ କରିପାରିବେ।

ସମ୍ବନ୍ଧିତ ଖବର