ସିଂଗାପୁର ପରେ କେଉଁ ଦେଶକୁ ଯିବେ ଗୋଟାବାୟା ?

ସିଂଗାପୁର : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ସାମୟିକ ସମୟ ପାଇଁ ରହିବାକୁ ଅନୁମତି ଦେଇଛି ଥାଇଲାଣ୍ଡ । ଖୋଦ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧକ୍ରମେ ଥାଇଲାଣ୍ଡ ସରକାର ଏହି ଅନୁମତି ଦେଇଛନ୍ତି । ଗତ ମାସଠାରୁ ସିଂଗାପୁରରେ ରହୁଥିବା ଗୋଟାବାୟାଙ୍କ ରହଣି ମିଆଦ ସରିଆସୁଥିବାରୁ ସେ ଏକ ନୂଆ ଆଶ୍ରୟ ଦେଶ ସନ୍ଧାନରେ ଥିଲେ ।

ତେବେ ଗୋଟାବାୟାଙ୍କୁ କେବଳ ସାମୟିକ ଭାବେ ରହିବାକୁ ଅନୁମତି ଦିଆଯାଇଛି, ରାଜନୈତିକ ଆଶ୍ରୟ ଦିଆଯାଇନାହିଁ ବୋଲି ଥାଇଲାଣ୍ଡ ସରକାରଙ୍କ ମୁଖପାତ୍ର କହିଛନ୍ତି ।

ଗୋଟାବାୟାଙ୍କ ପାଖରେ ଏବେ ବି ଡିପ୍ଲୋମାଟିକ ପାସପୋର୍ଟ ରହିଛି, ସେ ବିନା ଭିସାରେ ଥାଇଲାଣ୍ଡ ପ୍ରବେଶ କରିପାରିବେ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ସିଂଗାପୁର ସରକାର ପ୍ରଥମେ ତାଙ୍କୁ ୧୫ ଦିନ ରହଣି ଅନୁମତି ଦେଇଥିଲେ ଓ ପରେ ତାହାକୁ ଆଉ ୧୫ ଦିନ ବଢାଇଥିଲେ ।

 

 

ସମ୍ବନ୍ଧିତ ଖବର