ପାକିସ୍ତାନରୁ ପରିଚାଳିତ ହ୍ୱାଟସଆପ ଗ୍ରୁପ ଚାଲୁଥିଲା ଭାରତରେ, ଆସୁଥିଲା ଦେଶ ବିରୋଧୀ ମନ୍ତବ୍ୟ; ଗିରଫ ହେଲେ ଆଡମିନ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ଏକ ହ୍ୱାଟସଆପ୍ ଗ୍ରୁପ୍ ଆଡମିନଙ୍କୁ ଗିରଫ କରିଛି ପୁଲିସ୍। ଜୋଶ୍ ନାମରେ ଚାଲୁଥିବା ଏକ ହ୍ୱାଟସଆପ୍ ଗ୍ରୁପରେ ଦେଶ ବିରୋଧୀ ଓ ଆପତ୍ତିଜନକ ପୋଷ୍ଟ କରିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଏହି ଗ୍ରୁପଟି ପାକିସ୍ତାନରୁ ପରିଚାଳିତ ହେଉଥବା ବେଳେ ଏଥିରେ ଭାରତ ବିରୋଧୀ ମନ୍ତବ୍ୟମାନ ଛଡ଼ା ଯାଉଥିଲା।

ଗିରଫ ହେବା ପରେ ଗ୍ରୁପ୍ ଆଡମିନ୍ ନଇମ୍ କହିଛନ୍ତି କି, ଏକ ଲିଙ୍କ ମାଧ୍ୟମରେ ତାଙ୍କୁ ଏଥିରେ ଯୋଡା ଯାଇଥିଲା । ତାଙ୍କୁ ମାତ୍ର ୧୦-୧୫ ମିନିଟ୍ ପୂର୍ବରୁ ହିଁ ଆଡମିନ୍ କରାଯାଇଥିଲା । ସେ ଏହି ଗ୍ରୁପରେ କି ମେସେଜ ଆସିଥିଲା ତାହା ମଧ୍ୟ ଜଣାନାହିଁ। ଏହି ଗ୍ରୁପରେ ୧୦୦ରୁ ୧୫୦ ଲୋକ ଅଛନ୍ତି । ସେ ଏହି ଗ୍ରୁପ୍ର ଅନ୍ୟ ଆଡମିନଙ୍କୁ ଜାଣି ନାହାନ୍ତି ।

ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ଉପାଧ୍ୟକ୍ଷ ଦୀପକ ବାମନୌଲି ଦୋଘଟ ଥାନାରେ ଏହି ଗ୍ରୁପ ବିରୁଦ୍ଧରେ ମାମଲା ରୁଜୁ କରାଇଥିଲେ । ଏହା ପରେ ପୁଲିସ୍ ଅନୁସନ୍ଧାନ କରି ପଲଡା ଗାଁର ନଇମ୍ ଗ୍ରୁପ୍ ଆଡମିନ୍ ବୋଲି ଜାଣିବାକୁ ପାଇଥିଲା। ଏକ ଜନସେବା କେନ୍ଦ୍ର ଚଳାଉ ଥିବା ନଇମଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ ହୋଇଛି। ତାଙ୍କର ମୋବାଇଲ ବି ଜବତ କରାଯାଇଛି ।

ସମ୍ବନ୍ଧିତ ଖବର