ମିଛ ଖବର ରୋକିବାକୁ ହ୍ଵାଟ୍ସଆପରେ ଆସିବ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ : ମିଛ ଖବର ରୋକିବାକୁ ସରକାରଙ୍କ ତାଗିଦ ପରେ ଚେତିଛି ହ୍ଵାଟ୍ସଆପ । ଆଗକୁ ଯେପରି ଗୁଜବ କିମ୍ବା ମିଛ ଖବର ନ ବ୍ୟାପେ ସେଥିପାଇଁ କେତେକ ନୂଆ ବ୍ୟବସ୍ଥାର ପରୀକ୍ଷା କରୁଛି ହ୍ଵାଟ୍ସଆପ । ଏହି ବ୍ୟବସ୍ଥା ଅନୁସାରେ କମ୍ପାନି ଏକ ସସପିସିଅସ ଲିଙ୍କ ଡିଟେକ୍ସନ ( ସଂଦେହଜନକ ଲିଙ୍କ ଚିହ୍ନଟ) ବ୍ୟବସ୍ଥାର ପରୀକ୍ଷା କରୁଛି । ଏହାକୁ ବ୍ୟବହାର କରି ୟୁଜରମାନେ ସେମାନଙ୍କ ପାଖକୁ ଆସୁଥିବା ଲିଙ୍କ ବା ପୋଷ୍ଟଗୁଡ଼ିକ ଏକ ବୈଧ ଉତ୍ସରୁ ଆସୁଛି କି ନା ତାହା ଜାଣିପାରିବେ । ଏହା ଦ୍ୱାରା ମିଛ ଖବର ଆସୁଥିବା ଲିଙ୍କଗୁଡ଼ିକୁ ବ୍ଲକ କରିହେବ ଓ ଗୁରଜ ବ୍ୟାପୀବାକୁ ରୋକିହେବ । ହ୍ଵାଟ୍ସଆପ ଏବେ ଗୁଗୁଲ ପ୍ଲେ ବିଟା ପ୍ରୋଗ୍ରାମରେ ଏହାକୁ ଦାଖଲ କରିସାରିଛି । ତେବେ ଏହା ସାଧାରଣ ୟୁଜରମାନଙ୍କ ପାଇଁ ଆସିବାକୁ ଆଉ କିଛି ଦିନ ଲାଗିବ । ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଗୁଜବ ସୃଷ୍ଟି କରୁଥିବା ଖବରକୁ ନିୟନ୍ତ୍ରଣ କରିବାକୁ ହ୍ଵାଟ୍ସଆପକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଭବିଷ୍ୟତରେ ଯେପରି ମିଥ୍ୟା ଖବର ନ ବ୍ୟାପେ ସେଥିପାଇଁ ଉପଯୁକ୍ତ ପ୍ରଯୁକ୍ତିର ବ୍ୟବହାର କରି ପଦକ୍ଷେପ ନେବାକୁ ହ୍ଵାଟ୍ସଆପକୁ ସରକାର କହିଥିଲେ । ହ୍ଵାଟ୍ସଆପ ଯଦି ଏସବୁକୁ ରୋକିବାରେ ବିଫଳ ହୁଏ ତେବେ ସରକାର କଠୋର ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ମଧ୍ୟ ଚେତାବନୀ ଶୁଣାଇଥିଲେ ।

ସମ୍ବନ୍ଧିତ ଖବର