ଏହି ହ୍ଵାଟସ୍‌ ଆପ୍‌ ନମ୍ବରକୁ ମେସେଜ ପଠାଇ କରୋନା ସମ୍ପର୍କିତ ସଠିକ୍‌ ସୂଚନା ପାଇ ପାରିବେ: ମୋଦୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ବଢିବାକୁ ଲାଗିିଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଗୁଜବ ଦେଖିବାକୁ ମିଳୁଛି । ତେବେ ହ୍ଵାଟସ୍‌ ଆପରେ ଅଧିକ ଗୁଜବ ବ୍ୟାପୁଥିବା ଯୋଗୁଁ ସରକାର ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ଏବଂ ଏଥିପାଇଁ ହ୍ଵାଟସ୍‌ଆପ୍‌ ସହ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି।

ଏହି ନମ୍ବରକୁ ଆପଣଙ୍କ ଫୋନରେ ଆଡ କଲା ପରେ ଏଥିରେ ହ୍ଵାଟସ୍‌ଆପ୍‌ ଜରିଆରେ କରୋନା ସମ୍ପର୍କିତ ସଠିକ୍‌ ଖବର ଆପଣ ପାଇପାରିବେ । ଏନେଇ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, +919013151515  ନମ୍ବରରେ ମେସେଜ ପଠାଇ ଆପଣ କରୋନା ସମ୍ପର୍କିତ ସଠିକ୍‌ ଖବର ପାଇପାରିବେ। ତେବେ ଏହି ପରିପ୍ରେକ୍ଷୀରେ ଟୁଇଟର ପ୍ରଶଂସା କରି କହିଛନ୍ତି କି, ଟୁଇଟର କୋଭିଡ-୧୯ନାଁରେ ଏକ ସ୍ୱତନ୍ତ୍ର ପେଜ୍‌ ଲଞ୍ଚ କରିଛି। ଯେଉଁଥିରେ ଲୋକେ କରୋନା ଭାଇରସକୁ ନେଇ ସଠିକ୍‌ ସୂଚନା ପାଇପାରିବେ।

ପ୍ରଧାନମନ୍ତ୍ରୀ ମୋଦୀ କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ଏହା ସହ ଆସନ୍ତା ମାର୍ଚ୍ଚ ୨୨ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ସେ ଆହ୍ଵାନ ଦେଇଛନ୍ତି । ଆସନ୍ତା ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଉ ମୋଦୀଙ୍କ ଏହି ଆହ୍ଵାନ୍‌ ପରେ ଲୋକଙ୍କ ଭିତରେ ଜୋରଦାର ଚର୍ଚ୍ଚା ଚାଲିଥିଲା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଚାର ଚାଲିଛି । ଯାହାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର