ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ଦ୍ୱାରା ପ୍ରକାଶିତ ଏକ ମାସିକ ରିପୋର୍ଟ ଅନୁଯାୟୀ, ହ୍ଵାଟସଆପ୍ ଗତ ମାର୍ଚ୍ଚ ମାସରେ ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଅଭିଯୋଗ ଚ୍ୟାନେଲ ମାଧ୍ୟମରେ ଉପଭୋକ୍ତାଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଆଧାରରେ ଏବଂ ଉଲ୍ଲଂଘନକୁ ରୋକିବା ଏବଂ ଚିହ୍ନଟ କରିବା ପାଇଁ ନିଜର ବ୍ୟବସ୍ଥା ମାଧ୍ୟମରେ କମ୍ପାନି ପକ୍ଷରୁ ଏହି ପ୍ରତିବନ୍ଧକ ଲଗାଯାଇଥିବା କୁହାଯାଇଛି।
ଗତ ବର୍ଷ ଲାଗୁ ହୋଇଥିବା ନୂତନ ଆଇଟି ନିୟମ ଅନୁଯାୟୀ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ବୃହତ ଡିଜିଟାଲ୍ ପ୍ଲାଟଫର୍ମ (୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା) ବାଧ୍ୟ। ଏଥିରେ ପ୍ରାପ୍ତ ଅଭିଯୋଗର ବିବରଣୀ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ ରହିବ।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧-୩୧, ୨୦୨୨ ମଧ୍ୟରେ ହ୍ଵାଟସଆପ୍ ଦ୍ୱାରା ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟକୁ ଅପବ୍ୟବହାର ଚିହ୍ନଟ ଆଭିମୁଖ୍ୟ ବ୍ୟବହାର କରି ନିଷେଧ କରାଯାଇଥିଲା। ଯେଉଁଥିରେ ଉପଭୋକ୍ତାଙ୍କ ଠାରୁ ପ୍ରାପ୍ତ ନକାରାତ୍ମକ ମତାମତ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏକ +୯୧ଫୋନ୍ ନମ୍ର୍ ମାଧ୍ୟମରେ ଏହି ସବୁ ଭାରତୀୟ ଆକାଉଣ୍ଟ ଚିହ୍ନଟ ହୋଇଛି।
ଏହି ଉପଭୋକ୍ତା-ନିରାପତ୍ତା ରିପୋର୍ଟରେ ପ୍ରାପ୍ତ ଉପଭୋକ୍ତା ଅଭିଯୋଗର ବିବରଣୀ ଏବଂ ହ୍ଵାଟସ୍ ଆପ୍ ଦ୍ୱାରା ନିଆଯାଇଥିବା ଅନୁରୂପ କାର୍ଯ୍ୟାନୁଷ୍ଠାନ ସହିତ ଆମ ପ୍ଲାଟଫର୍ମରେ ଅପବ୍ୟବହାରର ମୁକାବିଲା ପାଇଁ ହ୍ଵାଟସ୍ ଆପ୍ର ନିଜସ୍ୱ ପ୍ରତିଷେଧକ କାର୍ଯ୍ୟ ରହିଛି। ସଦ୍ୟତମ ମାସିକ ରିପୋର୍ଟରେ ହ୍ଵାଟସଆପ୍ ମାର୍ଚ୍ଚ ମାସରେ ୧.୮ ନିୟୁତରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ହ୍ଵାଟସ ଆପ୍ ମୁଖପାତ୍ର କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ଫେବ୍ରୁଆରି ମାସରେ ୧୪.୨୬ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/whatsapp.jpg)