ନୂଆଦିଲ୍ଲୀ: ଶୁକ୍ରବାର ସଂଧ୍ୟାରେ ସୋସିଆଲ ମେସେଜିଂ ଆପ୍ ହ୍ୱାଟ୍ସଆପ୍ କିଛିସମୟ ପାଇଁ ଡାଉନ ହୋଇଯାଇଥିଲା । ଅନେକ ଉପଭୋକ୍ତା ସନ୍ଦେଶ ପ୍ରେରଣ କରିବାକୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ ଏହାକୁ ଡାଉନ ଡିଟେକ୍ଟରରେ ମଧ୍ୟ ଜଣାଇଥିଲେ। ବହୁ ସଂଖ୍ୟକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ସମସ୍ୟା କେବଳ ସ୍ମାର୍ଟଫୋନରେ ସୀମିତ ନଥିଲା । ବରଂ ଲୋକମାନେ କମ୍ପ୍ୟୁଟର ଓ ଲାପଟପରେ ମଧ୍ୟ ଏହି ଆପ୍ ବ୍ୟବହାର କରିପାରୁନାହାନ୍ତି। ଅର୍ଥାତ ହ୍ବାଟସଆପ ଓ୍ବେବ ମଧ୍ୟ ଡାଉନ ରହିଛି ।
କାହିଁକି ଏଭଳି ଅଚଳାବସ୍ଥା ହୋଇଥିଲା ସେ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ। ହ୍ଵାଟ୍ସଆପ୍ ଡାଉନ୍ ହେବା ପରେ ୟୁଜର୍ସ ଏକ୍ସ ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଲୋକମାନେ ହ୍ଵାଟ୍ସଆପ୍ ଡାଉନ୍ ହେବା ବିଷୟରେ ପୋଷ୍ଟ କରିଛନ୍ତି ଏବଂ ମିମ୍ସ ମଧ୍ୟ ସେୟାର କରିଛନ୍ତି।
ବ୍ରିଟେନ ଓ ଅନେକ ୟୁରୋପୀୟ ଦେଶରେ ବି ହ୍ବାଟ୍ସଆପ୍ ଡାଉନ ରହିଛି । କେବଳ ହ୍ବାଟ୍ସଆପ ନୁହେଁ, ଫେସବୁକ, ଟିକଟକ୍, ମେସେଞ୍ଜର, ଇନଷ୍ଟାଗ୍ରାମ ବି ଧୀମା ହୋଇଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/28/wnmeoBxZv80lJUXwkux9.jpg)