ସଂସଦୀୟ କମିଟି ନିକଟରେ ହାଜର ହେବାକୁ ହ୍ଵାଟ୍‌ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମକୁ ସମନ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ସଂପର୍କିତ ସଂସଦୀୟ କମିଟି ମାର୍ଚ ୬ ତାରିଖ ଦିନ ସୋସିଆଲ୍‌ ମିଡିଆ ସାଇଟ୍‌ ହ୍ଵାଟ୍‌ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମର ବରିଷ୍ଠ ଅଧିକାରୀମାନଙ୍କୁ କମିଟି ନିକଟରେ ହାଜର ହେବାଲାଗି ସମନ ପଠାଇଛି। ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ନାଗରିକମାନଙ୍କ ଅଧିକାରର ସୁରକ୍ଷା ପ୍ରସଂଗକୁ ନେଇ ସୂଚନା ପ୍ରଯୁକ୍ତି ସଂପର୍କିତ ସଂସଦୀୟ ସମିତି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ହ୍ଵାଟ୍‌ସଆପ୍‌ର ବରିଷ୍ଠ ଅଧିକାରୀମାନଙ୍କୁ ମାର୍ଚ ୬ ତାରିଖରେ ଉପସ୍ଥିତ ହେବାକୁ ପତ୍ର ଜରିଆରେ ସୂଚିତ କରିଛନ୍ତି।

ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି ସଂସଦୀୟ କମିଟି ପକ୍ଷରୁ ପୂର୍ବରୁ ଫେବ୍ରୁଆରି ୧ ତାରିଖରେ ପତ୍ର ଜରିଆରେ ଟୁଇଟର୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଦୋରସେଙ୍କୁ ସମନ ପଠାଯାଇଥିଲା। ପ୍ରଥମେ ୭ ଫେବ୍ରୁଆରିରେ ବୈଠକ ନିର୍ଦ୍ଧାରିତ ହୋଇଥିଲା। ପରେ ତାହାକୁ ଘୁଞ୍ଚାଇ ଦିଆଯାଇ ଥିଲା। ଫଳରେ ଟୁଇଟର୍‌ ଅଧିକାରୀଙ୍କୁ ସଂସଦୀୟ କମିଟି ସମ୍ମୁଖରେ ଉପସ୍ଥିତ ହେବା ସକାଶେ ପ୍ରର୍ଯ୍ୟାପ୍ତ ସମୟ ମିଳିପାରି ଥିଲା।

ସମ୍ବନ୍ଧିତ ଖବର