ନୂଆଦିଲ୍ଲୀ: ନୂଆ ଫିଚର ଆଣିଲା ହ୍ବାଟସଆପ। ନୂଆ ପ୍ରାଇଭେସି ପଲିସିକୁ ନେଇ ବିବାଦରେ ଥିବା ହ୍ବାଟସଆପ ଏବେ ନିଜ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି। ପୂର୍ବରୁ କେବଳ ମୋବାଇଲ ଫୋନରେ ଭଏସ ଏବଂ ଭିଡିଓ କଲ କରାଯାଇପାରୁଥିବା ବେଳେ ଏବେ ଆପଣ ହ୍ବାଟସଆପ ୱେବରେ ନିଜ ବନ୍ଧୁମାନଙ୍କୁ ଭଏସ ଏବଂ ଭିଡିଓ କଲ କରିପାରିବେ। ଅନେକ ଲୋକ ଫୋନ ସହ ଲାପଟପ ବା କମ୍ପ୍ୟୁଟରରେ ହ୍ବାଟସଆପ ଖୋଲି ବ୍ୟବହାର କରିଥାନ୍ତି। କିନ୍ତୁ ପୂର୍ବରୁ ବ୍ୟବହାରକାରୀମାନେ ଲାପଟପ ବା କମ୍ପ୍ୟୁଟରରେ ହ୍ବାଟସଆପ ବ୍ୟବହାର କରୁଥିବା ସମୟରେ ଭଏସ ଏବଂ ଭିଡିଓ କଲ କରିପାରୁନଥିବା ବେଳେ ଏବେ ସେହି ସୁବିଧା ସେମାନଙ୍କୁ ମିଳିପାରିବ। ଏ ନେଇ ଟୁଇଟ କରି ସୂଚନା ଦେଇଛି ହ୍ବାଟସଆପ।

Advertisment

 indiatoday

ହ୍ବାଟସଆପର ଏହି ନୂଆ ଆପ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ କେବଳ ନିଜ ଲାପଟପ ବା କମ୍ପ୍ୟୁଟରରେ ଏକ ମାଇକ୍ରୋଫୋନ ଏବଂ ୱେବ କ୍ୟାମେରା ଲଗାଇବାକୁ ହେବ। ଏ ବିଷୟରେ ‌ଘୋଷଣା କରି ହ୍ବାଟସଆପ ଟୁଇଟ କରିଛି ଯେ, “ବେଳେବେଳେ ଆପଣଙ୍କୁ ଟିକିଏ ଅଧିକ ‌ସ୍ପେସ ଦରକାର ହୁଏ। ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଭଏସ୍ ଏବଂ ଭିଡିଓ କଲ୍ ବର୍ତ୍ତମାନ ଆମର ଡେସ୍କଟପ୍ ଆପରେ ଉପଲବ୍ଧ। ବର୍ତ୍ତମାନ ଡାଉନଲୋଡ୍ କରନ୍ତୁ।" ଏହି ନୂଆ ଫିଚରକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାମାନଙ୍କୁ ଲାପଟପ୍ ଏବଂ କମ୍ପ୍ୟୁଟରରେ ହ୍ବାଟସଆପ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ବୋଲି ହ୍ବାଟସଆପ ସ୍ପଷ୍ଟ କରିଛି।