ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ହ୍ଵାଟ୍ସଆପର ଯଦି ସର୍ତ୍ତ ଆପଣ ନ ମାନନ୍ତି ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ସାମୟିକ ପାଇଁ ବ୍ଳକ କରିଦିଆଯାଇପାରେ | ତେବେ ହ୍ଵାଟ୍ସଆପର ସର୍ତ୍ତ କଣ ଜାଣନ୍ତୁ | ହ୍ଵାଟ୍ସଆପ ତାହାର ନିୟମରେ ଉଲ୍ଲେଖ କରିଛି ଯେ ଯଦି କେହି ବ୍ୟବହାରକାରୀ ହ୍ଵାଟ୍ସଆପର ତୃତୀୟ ପକ୍ଷ ଆପ ଜିବି ହ୍ଵାଟ୍ସଆପ ଓ ହ୍ଵାଟ୍ସଆପ ପ୍ଲସର ବ୍ୟବହାର କରୁଥାନ୍ତି, ତେବେ ହ୍ଵାଟ୍ସଆପ ଆପଣଙ୍କ ଆକାଉଣ୍ଟକୁ ବ୍ଳକ କରିଦେଇପାରେ |
/sambad/media/post_attachments/wp-content/uploads/2019/07/whatsapp_660_082018015154-300x205.jpg)
ତେଣୁ ଆପଣ ଏହି ଦୁଇଟି ଆପ ମଧ୍ୟରୁ କୌଣସି ଗୋଟିଏ ବି ବ୍ୟବହାର କରୁଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ | ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ପକ୍ଷରୁ ଏଥିପାଇଁ ବାରଣ କରାଯାଇଥାଏ, କାରଣ ଦୁଇଟି ଯାକ ଆପ ହ୍ଵାଟ୍ସଆପର ଅଫିସିଆଲ ଭର୍ସନ ହୋଇ ନ ଥାଏ |
ଏହି ଅଣପଞ୍ଜୀକୃତ ଆପ ହ୍ଵାଟ୍ସଆପ ପ୍ରସ୍ତୁତ କରି ନ ଥିବାବେଳେ କୌଣସି ତୃତୀୟ ପକ୍ଷ ,ହାକୁ ପ୍ରସ୍ତୁତ କରିଛନ୍ତି | ତେଣୁ ହ୍ଵାଟ୍ସଆପର ନିୟମକୁ ଏହି ଦୁଇଟି ଆପ ମାନୁ ନଥିବାରୁ ହ୍ୱାଟ୍ସଆପ ଏହାକୁ ସମର୍ଥନ କରିନଥାଏ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/how-to-download-whatsapp-136417797337202601-170505122135.jpg)