ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ହ୍ଵାଟ୍ସଆପର ଯଦି ସର୍ତ୍ତ ଆପଣ ନ ମାନନ୍ତି ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ସାମୟିକ ପାଇଁ ବ୍ଳକ କରିଦିଆଯାଇପାରେ | ତେବେ ହ୍ଵାଟ୍ସଆପର ସର୍ତ୍ତ କଣ ଜାଣନ୍ତୁ | ହ୍ଵାଟ୍ସଆପ ତାହାର ନିୟମରେ ଉଲ୍ଲେଖ କରିଛି ଯେ ଯଦି କେହି ବ୍ୟବହାରକାରୀ ହ୍ଵାଟ୍ସଆପର ତୃତୀୟ ପକ୍ଷ ଆପ ଜିବି ହ୍ଵାଟ୍ସଆପ ଓ ହ୍ଵାଟ୍ସଆପ ପ୍ଲସର ବ୍ୟବହାର କରୁଥାନ୍ତି, ତେବେ ହ୍ଵାଟ୍ସଆପ ଆପଣଙ୍କ ଆକାଉଣ୍ଟକୁ ବ୍ଳକ କରିଦେଇପାରେ |

Advertisment

publive-image

ତେଣୁ  ଆପଣ ଏହି ଦୁଇଟି ଆପ ମଧ୍ୟରୁ କୌଣସି ଗୋଟିଏ ବି ବ୍ୟବହାର କରୁଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ | ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ପକ୍ଷରୁ ଏଥିପାଇଁ ବାରଣ କରାଯାଇଥାଏ, କାରଣ ଦୁଇଟି ଯାକ ଆପ ହ୍ଵାଟ୍ସଆପର ଅଫିସିଆଲ ଭର୍ସନ ହୋଇ ନ ଥାଏ |

ଏହି ଅଣପଞ୍ଜୀକୃତ ଆପ ହ୍ଵାଟ୍ସଆପ ପ୍ରସ୍ତୁତ କରି ନ ଥିବାବେଳେ କୌଣସି  ତୃତୀୟ ପକ୍ଷ ,ହାକୁ ପ୍ରସ୍ତୁତ କରିଛନ୍ତି | ତେଣୁ ହ୍ଵାଟ୍ସଆପର ନିୟମକୁ ଏହି ଦୁଇଟି ଆପ ମାନୁ ନଥିବାରୁ ହ୍ୱାଟ୍ସଆପ ଏହାକୁ ସମର୍ଥନ କରିନଥାଏ |