ଏଣିକି ହ୍ଵାଟ୍ସଆପରେ ସାଙ୍ଗସାଥୀଙ୍କୁ ପଠାଇପାରିବେ ଫିଲ୍ମ!

ନୂଆଦିଲ୍ଲୀ: ହ୍ଵାଟ୍ସଆପ ନିଜର କୋଟି କୋଟି ଉପଭୋକ୍ତାଙ୍କର ଚାଟ୍ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବାକୁ ନୂତନ ବୈଶିଷ୍ଟ୍ୟ ଆଣିବାରେ ଲାଗିଛି | ଏହି ପର୍ଯ୍ୟାୟରେ, କମ୍ପାନି ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ନୂତନ ଫିଚର ଆଣିଛି |ହ୍ଵାଟ୍ସଆପର ଏହି ନୂତନ ବୈଶିଷ୍ଟ୍ୟଗୁଡିକ ମଧ୍ୟରୁ ଇମୋଜି ରିଆକ୍ସନ, ହ୍ଵାଟ୍ସଆପ ଗ୍ରୁପ୍ ସୀମା ଏବଂ ହ୍ଵାଟ୍ସଆପ ଫାଇଲ୍ ସାଇଜ୍ ରହିଛି | ତେବେ ଆସନ୍ତୁ ଜାଣିବା କମ୍ପାନୀର ଏହି ନୂତନ ବୈଶିଷ୍ଟ୍ୟଗୁଡିକରେ କ’ଣ ସବୁ ନୂଆ କଥା ରହିଛି | ହ୍ଵାଟ୍ସଆପର ଗ୍ରୁପ୍ ସୀମା ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ |

ଏହାଦ୍ୱାରା ଏଣିକି ଉପଭୋକ୍ତାମାନେ ହ୍ଵାଟ୍ସଆପ ଗ୍ରୁପରେ ୫୧୨ ଜଣ ସଦସ୍ୟଙ୍କୁ ଆଡ଼ କରିପାରିବେ | ପୂର୍ବରୁ ହ୍ଵାଟ୍ସଆପ ଗ୍ରୁପରେ ସଦସ୍ୟଙ୍କ ସଂଖ୍ୟା ୨୫୬ ପର୍ଯ୍ୟନ୍ତ ସୀମିତ ଥିଲା। ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ଆଇଓଏସ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିବାବେଳେ ଖୁବ ଶୀଘ୍ର ଏହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ |

ସେହିପରି ହ୍ଵାଟ୍ସଆପ ଉପଭୋକ୍ତାମାନଙ୍କୁ ୨ ଜିବି ଆକାରର ଫାଇଲ୍ ସେୟାର କରିବାର ବିକଳ୍ପ ଦେବାକୁ ଯାଉଛି | କମ୍ପାନି ଏହି ବୈଶିଷ୍ଟ୍ୟ ଉପରେ ଦୀର୍ଘ ସମୟ ଧରି କାମ କରୁଥିଲା | ଏହି ଫିଚର ଆରମ୍ଭ ହେଲେ ଆପଣ ୨ ଜିବିର ଫାଇଲ ମଧ୍ୟ ପଠାଇପାରିବେ | ଅର୍ଥାତ ଯଦି ଆପଣଙ୍କ ପାଖରେ ୨ ଜିବିର କୌଣସି ଫିଲ୍ମ ଅଛି ତାହା ଆପଣଙ୍କ ସାଙ୍ଗଙ୍କ ପାଖକୁ ପଠାଇପାରିବେ |

ସମ୍ବନ୍ଧିତ ଖବର