ନୂଆଦିଲ୍ଲୀ: ପୁଣି ଝଟକା ଦେଲା ହ୍ବାଟସଆପ। ନିଜ ଫୋନରେ ହ୍ବାଟସଆପ ଜରିଆରେ ସହଜରେ ମେସେଜ ପଠାଇପାରୁଥିବା ବ୍ୟବହାକାରୀଙ୍କ ପାଇଁ ବଡ଼ ଖବର। ୨୦୨୨ରେ ଅନେକ ସ୍ମାର୍ଟଫୋନରେ ଅଚଳ ହେବ ହ୍ବାଟସଆପ। ସାମସଙ୍ଗଠୁ ଆରମ୍ଭ କରି ଆପଲ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନିର ଫୋନରେ ଏବେ ହ୍ବାଟସଆପ ଚାଲିବ ନାହିଁ। ଏନେଇ କମ୍ପାନି ପକ୍ଷରୁ ଏକ ସୂଚୀ ଜାରି କରାଯାଇଛି। ଯଦି ଆପଣଙ୍କର ଫୋନ ଏହି ସୂଚୀରେ ରହିଛି, ତେବେ ତୁରନ୍ତ ଅନ୍ୟ ଏକ ବିକଳ୍ପ ଖୋଜି ନିଅନ୍ତୁ, ନଚେତ୍ ଆପଣ ହ୍ବାଟସଆପ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ।
କମ୍ପାନି ଦେଇଥିବା ସୂଚନା ଅନୁଯାୟୀ, ଯଦି ଆପଣଙ୍କର ଆଣ୍ଡ୍ରଏଡ୍ ଓଏସ ୪.୧(ଆଣ୍ଡ୍ରଏଡ୍ ଓଏସ ୪.୧) କିମ୍ବା ତା’ଠାରୁ କମ୍ ଭର୍ସନ ଅଛି, ତେବେ ହ୍ବାଟସଆପ ଆପ୍ ଆପଣଙ୍କ ଫୋନରେ ଚାଲିବ ନାହିଁ। ଅନ୍ୟ ପକ୍ଷରେ ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ଫୋନରେ ଆଇଓଏସ ୯ କିମ୍ବା ପୁରୁଣା ସଫ୍ଟୱେର୍ ଥିଲେ ହ୍ବାଟସଆପ ଆପ୍ କାମ କରିବ ନାହିଁ। ଏହା ବ୍ୟତୀତ, ଏହି ଆପ୍ କାଇଓଏସ୨.୫.୦ପୂର୍ବରୁ ଭର୍ସନକୁ ମଧ୍ୟ ସମର୍ଥନ କରିବ ନାହିଁ। ଆସନ୍ତୁ ଜାଣିବା କେଉଁ ଫୋନରେ ହ୍ବାଟସଆପ କାମ କରିବ ନାହିଁ।

୧. ଏଚଟିସି ଡିଜାୟାର ୫୦୦
୨. ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍
୩. ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ୨
୪. ସାମସଙ୍ଗ ଗାଲାକ୍ସି ଏସ୩ ମିନି
୫. ସୋନି ଏକ୍ସପେରିଆ ଏମ
୬. ସାମସଙ୍ଗ ଗାଲାକ୍ସି ଏକ୍ସକଭର ୨
୭. ହୁଆୱେ ଆସେଣ୍ଡ ଜି୭୪୦
୮. ଲେନୋଭୋ ଏ୮୨୦
୯. ହୁଆୱାଇ ଆସେଣ୍ଡ ଡି୨
୧୦. ହୁଆୱାଇ ଆସେଣ୍ଡ ମେଟ
୧୧. ସାମସଙ୍ଗ ଗାଲାକ୍ସି କୋର
୧୨. ସାମସଙ୍ଗ ଗାଲାକ୍ସି ଏସ୨
୧୩. ଏଲଜି ଲୁସିଡ ୨
୧୪. ଏଲଜି ଅପ୍ଟିମସ ଏଫ୭
୧୫. ଏଲଜି ଅପ୍ଟିମସ ଏଲ୩ ଡୁଆଲ
୧୬. ଏଲଜି ଅପ୍ଟିମସ ଏଲ୫
୧୭. ଏଲଜି ଅପ୍ଟିମସ ଏଲ୩
୧୮. ଏଲଜି ଅପ୍ଟିମସ ଏଲ୭
୧୯. ଏଲଜି ଅପ୍ଟିମସ ଏଫ୬
୨୦. ଏଲଜି ଇନଆକ୍ଟ
୨୧. ଏଲଜି ଅପ୍ଟିମସ ଏଲ୪, ଡୁଆଲ୍
୨୨. ଏଲଜି ଅପ୍ଟିମସ ଏଫ୩
୨୩. ଜିଓଫୋନ୍, ଜିଓଫୋନ୍ ୨
୨୪.ଆଇଫୋନ ଏସଇ ୧୬,୩୨, ୬୪ଜିବି
୨୫. ଆଇଫୋନ୍ ୬ଏସ, ୧୬,୩୨, ୬୪ଏବଂ ୧୨୮ଜିବି
୨୬. ଆଇଫୋନ୍ ୬ଏସ ପ୍ଲସ୍ ୧୬,୩୨, ୬୪ଏବଂ ୧୨୮ଜିବି