ହ୍ଵାଟ୍‌ସ୍‌ଆପ୍‌ ସେବାର ଅପବ୍ୟବହାର କରୁଛନ୍ତି ଭାରତୀୟ ରାଜନୈତିକ ଦଳ; ଆକାଉଣ୍ଟ୍‌ ବନ୍ଦ କରିବାକୁ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ ରାଜନୈତିକ ଦଳ ସବୁ ହ୍ଵାଟ୍‌ସ୍‌ଆପ୍‌ ପ୍ଲାଟଫର୍ମର ଅପବ୍ୟବହାର କରୁଥିବାର ଦୃଷ୍ଟାନ୍ତ ରହିଛି ଏବଂ ଏ ଭଳି ଅପବ୍ୟବହାର ଆକାଉଣ୍ଟ୍‌ ବନ୍ଦର କାରଣ ହେବ ବୋଲି ବୁଧବାର ଦିନ ଜନପ୍ରିୟ ମେସେଜିଙ୍ଗ୍‌ ଆପ୍‌ ହ୍ଵାଟ୍‌ସ୍‌ଆପ୍‌ ସତର୍କ କରାଇ ଦେଇଛି।

ଭାରତୀୟ ରାଜନୈତିକ ଦଳଗୁଡ଼ିକର ବ୍ୟବହାର ସଂକ୍ରାନ୍ତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହ୍ଵାଟ୍‌ସ୍‌ଆପ୍‌ ହେଡ୍‌ ଅଫ୍‌ କମ୍ୟୁନିକେସନ୍‌ସ୍‌ର କାର୍ଲ ଉଗ୍‌ କହିଛନ୍ତି: ଆଶା କରାଯାଉ ନ ଥିବା ରୀତିରେ ଗୁଡ଼ାଏ ରାଜନୈତିକ ଦଳ ହ୍ଵାଟ୍‌ସ୍‌ଆପ୍‌ ବ୍ୟବହାର କରିବାକୁ ଉଦ୍ୟମ କରୁଛନ୍ତି। ସେ ଭଳି ବ୍ୟବହାର କଲେ ସେବା ନିଷିଦ୍ଧ କରାଯିବ ବୋଲି ଆମ ପ୍ରତିଷ୍ଠାନ ସେମାନଙ୍କ ନିକଟକୁ ବାର୍ତ୍ତା ପଠାଇଛି।

ହ୍ଵାଟ୍‌ସ୍‌ଆପ୍‌ ପ୍ରସାରଣ ପ୍ଲାଟ୍‌ଫର୍ମ ନୁହେଁ କିଂବା ବହୁ ପରିମାଣର ବାର୍ତ୍ତା ପ୍ରେରଣ କରିବାର ମାଧ୍ୟମ ନୁହେଁ। ଏ ସଂକ୍ରାନ୍ତରେ ଗତ କେତେ ମାସ ହେବ ରାଜନୈତିକ ଦଳଗୁଡ଼ିକୁ ବୁଝାଇବାକୁ ଉଦ୍ୟମ କରାଯାଇଛି।

ସେ ଆହୁରି କହିଛନ୍ତି ହ୍ଵାଟ୍‌ସ୍‌ଆପ୍‌ ହେଉଛି ବ୍ୟକ୍ତିଗତ ଯୋଗାଯୋଗର ପ୍ଲାଟ୍‌ଫର୍ମ। ଅସ୍ୱାଭାବିକ ବାର୍ତ୍ତା ବା ଯୋଗାଯୋଗ ଧାରା ସହ ସମ୍ପୃକ୍ତ ଫୋନ୍‌ ନମ୍ବରକୁ ଏଥିରେ ନିଷିଦ୍ଧ କରାଯାଏ।

ସମ୍ବନ୍ଧିତ ଖବର