ନୂଆଦିଲ୍ଲୀ: କୌଶଳ ପ୍ରୟୋଗ କରି ‘ହ୍ବାଟ୍ସ୍ଆପ୍’ ଲୋକମାନଙ୍କୁ ତା’ର ଗୋପନୀୟତା ନୀତି ଗ୍ରହଣ କରାଉଥିବା ଉଲ୍ଲେଖ କରି ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ ନୂଆ ସତ୍ୟପାଠ ପଠାଇଛନ୍ତି। ନିଜର ସଦ୍ୟତମ ଗୋପନୀୟତା ନୀତି ଲାଗି ‘କୌଶଳ ସମ୍ମତି’ ହାସଲ କରି ‘ହ୍ବାଟସ୍ଆପ୍’ ବ୍ୟବହାରକାରୀ-ନିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛି ବୋଲି ସରକାର ଏହି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
/sambad/media/post_attachments/wp-content/uploads/2021/06/whatsapp.jpg) Image Courtesy of India Today
 Image Courtesy of India Today୨୦୨୧ ଗୋପନୀୟତା ନୀତି ‘ଅପ୍ଡେଟ୍’ କରିବା ନିମନ୍ତେ ବ୍ୟବହାରକାରୀମାନଙ୍କୁ ‘ପୁସ୍ ନୋଟିଫିକେସନ୍’ ପ୍ରେରଣ କରିବାରୁ ‘ହ୍ବାଟ୍ସ୍ଆପ୍’କୁ ବିରତ କରିବା ଲାଗି ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶନାମା ଜାରି କରନ୍ତୁ ବୋଲି କେନ୍ଦ୍ର ସରକାର ଉକ୍ତ ସତ୍ୟପାଠରେ ନିବେଦନ କରିଛନ୍ତି। ଏହାଛଡ଼ା ଗୋପନୀୟତା ନୀତି ‘ଅପ୍ଡେଟ୍’ କରାଇବା ଲାଗି ଦୈନିକ କେତେ ନୋଟିସ୍ ପଠାଉଛି ତା’ର ରେକର୍ଡ ମଧ୍ୟ ଦାଖଲ କରିବା ଲାଗି ‘ହ୍ବାଟ୍ସ୍ଆପ୍’କୁ ଆଦେଶ ଦିଅନ୍ତୁ ବୋଲି ସରକାର ଅଦାଲତଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂତନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମାର୍ଗଦର୍ଶିକାକୁ ବିରୋଧ କରି ‘ହ୍ବାଟ୍ସ୍ଆପ୍’ ଆପତ୍ତି ଉଠାଇବାରୁ ବିବାଦୀୟ ପରିସ୍ଥିତି ଉପୁଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/wa.jpg)
