ନୂଆଦିଲ୍ଲୀ: ହ୍ଵାଟସ୍ଆପ୍ ଆସନ୍ତା ବର୍ଷ ଠାରୁ ନିଜ ପ୍ଲାଟଫର୍ମରୁ ଅର୍ଥ ଉପାର୍ଜନ କରିବା ପାଇଁ ଯୋଜନା ରଖିଛି। ସେଥିପାଇଁ ହ୍ଵାଟସ୍ଆପ୍ ବିଭିନ୍ନ କମ୍ପାନିମାନଙ୍କୁ ଅର୍ଥ ବିନିମୟରେ ହ୍ଵାଟସ୍ଆପ୍ ମାଧ୍ୟମରେ ସେମାନଙ୍କ କମ୍ପାନିର ବିଜ୍ଞାପନ ପ୍ରସାରିତ ଓ ପ୍ରଦର୍ଶିତ କରିବାର ସୁଯୋଗ ଦେବାକୁ ଯୋଜନା ପ୍ରସ୍ତୁତ କରୁଥିବା ହ୍ଵାଟସ୍ଆପ୍ର ଭାଇସ୍ ପ୍ରେସିଣ୍ଡେଣ୍ଟ ଖ୍ରିସ୍ ଡାନିଏଲ୍ ଘୋଷଣା କରିଛନ୍ତି।
ଫେସ୍ବୁକ୍ ପୂର୍ବରୁ ଏହି ବ୍ୟବସ୍ଥାର ପ୍ରଚଳନ କରି ଦେଇଥିବା ବେଳେ ଏବେ ହ୍ଵାଟସ୍ଆପ୍ ଏବେ ଏହି ବ୍ୟବସ୍ଥାରେ ନିଜକୁ ସାମିଲ କରିବାକୁ ଯାଉଛି। ଏବେ ହ୍ଵାଟସ୍ଆପ୍ ବିଭିନ୍ନ କମ୍ପାନିକୁ ବିନା କୌଣସି ଦେୟରେ ହ୍ଵାଟସ୍ଆପ୍ ପ୍ଲାଟଫର୍ମରେ ବ୍ୟବସାୟ କରିବା ପାଇଁ ସୁଯୋଗ ଦେବା ସହ ନିଜ ନିଜର ବିଜ୍ଞାପନର ପ୍ରସାରଣ ଓ ପ୍ରଦର୍ଶନ ପାଇଁ ସୁଯୋଗ ଦେଉଛି। କିନ୍ତୁ ଖୁବ୍ ଶୀଘ୍ର ଏଥିରେ ଆଉ କିଛି ନୂତନ ସୁବିଧା ସୁଯୋଗ ଯୋଡ଼ି ଏହାକୁ ଦେୟ ଯୁକ୍ତ କରିବା ସହ ଏଥିରୁ ଅର୍ଥ ଉପାର୍ଜନ ପାଇଁ ଯୋଜନା ରଖିଛି ହ୍ଵାଟସ୍ଆପ୍। ତେବେ, କେବେଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ, ସେ ସଂପର୍କରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି ହ୍ଵାଟସ୍ଆପ୍ର ଭାଇସ୍ ପ୍ରେସିଣ୍ଡେଣ୍ଟ ଖ୍ରିସ୍ ଡାନିଏଲ୍। ପ୍ରସଙ୍ଗକ୍ରମେ ହ୍ଵାଟସ୍ଆପ୍ ହେଉଛି ବିଶ୍ୱର ସର୍ବବୃହତ୍ତ ମେସେଜିଂ ଆପ୍ଲିକେସନ୍। ଭାରତରେ ହ୍ଵାଟସ୍ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୨୫୦ ମିଲିୟନ।