୨୦୨୧ ପରଠାରୁ ଏହି ଭର୍ସନ ଥିବା ଆଣ୍ଡ୍ରୋଏଡ ଫୋନରେ କାମ କରିବନି ହ୍ବାଟସଆପ୍

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ବ୍ୟବହାରକାରୀ ଏବେ ହ୍ବାଟସଆପ ବ୍ୟବହାର କରୁଛନ୍ତି। ବ୍ୟବହାରକାରୀଙ୍କ ସୁବିଧା ପାଇଁ କିଛି ଦିନ ବ୍ୟବଧାନରେ କମ୍ପାନି ନୂଆ ନୂଆ ଫିଚର ଆଣୁଥିବା ବେଳେ ମେସେଜ ପଠାଇବା ସହଜ ହୋଇପାରିଛି। ପ୍ରତି ବର୍ଷ ଉପଭୋକ୍ତାମାନଙ୍କୁ ଏକ ଭଲ ମେସେଜିଂ ଅଭିଜ୍ଞତା ଦେବା ପାଇଁ ହ୍ବାଟସଆପକୁ କମ୍ପାନି ଅପଡେଟ୍ କରୁଥିବା ବେଳେ ଆସନ୍ତା ବର୍ଷ ମଧ୍ୟ ହ୍ବାଟସଆପ ଆପ ଅପଡେଟ୍ ହେବ। କିନ୍ତୁ ଅପଡେଟ୍ ହେବା ପରେ ଅନେକ ଫୋନ୍ ରେ ଏହି ଆପ କାମ କରିବ ନାହିଁ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୧ମସିହାରେ ପ୍ରତିବର୍ଷ ପରି ହ୍ବାଟସଆପ ଆପ୍ ମଧ୍ୟ ଏହାର ଫିଚର ଅପଡେଟ୍ କରିବ | ଏଭଳି ହେ‌ବା ଦ୍ବାରା ହ୍ବାଟସଆପ ପୁରୁଣା ଆଣ୍ଡ୍ରଏଡ୍ ଭର୍ଜନରେ କାମ କରିବା ବନ୍ଦ କରିଦେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଫୋନରେ ୪.୦.୩ର ପୂର୍ବ ଆଣ୍ଡ୍ରଏଡ୍ ଭର୍ଜନ ଅଛି, ତେବେ ସେଥିରେ ହ୍ବାଟସଆପ ଆପ୍ କାମ କରିବ ନାହିଁ। ଯଦି ଆପଣ ୨୦୨୧ରେ ହ୍ବାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ୪.୦.୩ର ପର ଭର୍ଜନ ଇନଷ୍ଟଲ କରନ୍ତୁ | ଚଳିତ ବର୍ଷ ଫେବୃଆରିରେ, ଆଣ୍ଡ୍ରଏଡ୍ ଭର୍ଜନ ୨.୩.୭ର ପୂର୍ବ ଭର୍ଜନ ଥିବା ମୋବାଇଲରେ ହ୍ବାଟସଆପ ସେବା ଦେବା ବନ୍ଦ କରି ଦେଇଥିଲା।

WhatsApp Will Stop Working on Some Phones on the New Year's Eve
Wccftech

ଆଣ୍ଡ୍ରଏଡ୍ ବ୍ୟତୀତ ଆପଲ୍ ଆଇଫୋନ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ | ନୂଆ ବର୍ଷରେ ହ୍ବାଟସଆପ ଆଇଫୋନ୍ ୪, ଆଇଫୋନ୍ ୪ଏସ୍, ଆଇଫୋନ୍ ୫, ଆଇଫୋନ୍ ୫ଏସ୍, ଆଇଫୋନ୍ ୬ ଏବଂ ଆଇଫୋନ୍ ୬ଏସରେ କାମ କରିିବା ବନ୍ଦ କରିଦେବ। ଏଥିପାଇଁ ଉପଭୋକ୍ତାମାନଙ୍କୁ ନିଜ ଫୋନକୁ ଆଇଓଏସ ୯ ଭର୍ଜନକୁ ଅପଗ୍ରେଡ୍ କରିବାକୁ ପଡ଼ିବ | ସେହି ସମୟରେ, ଆଇଫୋନ୍ ୬ଏସ, ୬ ପ୍ଲସ୍, ଏବଂ ଆଇଫୋନ୍ ଏସଇକୁ ଆଇଓଏସ ୧୪ ଭର୍ଜନକୁ ଅପଡେଟ୍ କରିବାକୁ ହେବ | ତେବେ ଏ ନେଇ ହ୍ବାଟସଆପ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ।

ସମ୍ବନ୍ଧିତ ଖବର