କାବୁଲ: ପାକିସ୍ତାନ ଆଫଗାନିସ୍ତାନକୁ ଦାନ କରିଥିବା ଗହମ ଅତି ନିମ୍ନମାନର ହୋଇଥିବା ଦର୍ଶାଇ ଟୁଇଟର୍ରେ ବାକ୍ବିତଣ୍ଡା ଆରମ୍ଭ ହୋଇଛି।
ନିକୃଷ୍ଟ ଧରଣର ଗହମ ଦାନ କରିଥିବାରୁ ଜଣେ ତାଲିବାନ୍ ଅଧିକାରୀ ପାକିସ୍ତାନକୁ ସମାଲୋଚନା କରିବା ସହ ଉନ୍ନତମାନର ଗହମ ପଠାଇଥିବା ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି।
ଆଫଗାନୀ ସାମ୍ବାଦିକ ଅବ୍ଦୁଲ୍ହକ୍ ଓମେରି ଟୁଇଟ୍ କରିଥିବା ଭିଡିଓରେ ତାଲିବାନ୍ ଅଧିକାରୀ କହିଛନ୍ତି, ପାକିସ୍ତାନ ଦାନ କରିଥିବା ଗହମ ଅଭକ୍ଷ।
/sambad/media/post_attachments/wp-content/uploads/2022/03/wheat1.jpg)
ଉତ୍ତମ ଗହମ ପଠାଇଥିବାରୁ ଆଫଗାନ ଜନସାଧାରଣ ଟୁଇଟର୍ରେ ଭାରତକୁ ଧନ୍ୟ ଧନ୍ୟ କହୁଥିବା ଦେଖାଯାଉଛି। ଆଫଗାନିସ୍ତାନ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସହାୟତା ପାଇଁ ଭାରତକୁ ଧନ୍ୟବାଦ। ଆମର ଜନସମ୍ପର୍କ ଚିରସ୍ଥାୟୀ ହେବ। ଜୟ ହିନ୍ଦ୍।
ପ୍ରାପ୍ତ ସୂଚନା ଅନୁସାରେ, ପାକିସ୍ତାନର ନିମ୍ନ ଧରଣର ଗହମ ଉପରେ ମନ୍ତବ୍ୟ ଦେଇଥିବା ସମ୍ପୃକ୍ତ ତାଲିବାନ୍ ଅଧିକାରୀଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ, ମାନବୀୟ ସହାୟତା ଭାବେ ଭାରତ ଆଫଗାନିସ୍ତାନକୁ ଗତ ମାସରୁ ଗହମ ପଠାଇବା ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିବା ଅନୁସାରେ, ଦ୍ବିତୀୟ ଛେକରେ ଭାରତ ଗୁରୁବାର ଦିନ ଅମୃତସର ଅଟ୍ଟାରିରୁ ୨୦୦୦ ମେଟ୍ରିକ୍ ଟନ୍ ଗହମ ଆଫଗାନିସ୍ତାନର ଜଲାଲାବାଦକୁ ପଠାଇଛି। ଆଫଗାନିସ୍ତାନ ପାଇଁ ଭାରତ ୫୦,୦୦୦ ମେଟ୍ରିକ୍ ଟନ୍ ଗହମ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଜାତିସଂଘର ‘ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍’ ଉକ୍ତ ଗହମକୁ ଆଫଗାନ ଜନସାଧାରଣଙ୍କୁ ବଣ୍ଟନ କରିବ।
ଭାରତ ଉପରେ ପ୍ରତିହିଂସା ପରାୟଣ ମନୋଭାବ ରଖୁଥିବା ପାକିସ୍ତାନ ସରକାର ପାକିସ୍ଥାନ ବାଟେ ଟ୍ରକ୍ରେ ଆଫଗାନିସ୍ତାନକୁ ଯାଉଥିବା ଗହମ ବସ୍ତାରୁ ଭାରତ ଲଗାଇଥିବା ବ୍ୟାନର୍ ଚିରି ପକାଉଛି।