ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ରୁଟି ଆଗାମୀ ଦିନରେ ଶସ୍ତା ହୋଇପାରେ। ବାସ୍ତବରେ, ମଇଦା ଷ୍ଟକ ସଂରକ୍ଷଣ ବନ୍ଦ କରିବା ଏବଂ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ହୋଲସେଲର ଏବଂ କ୍ଷୁଦ୍ର ଏବଂ ବଡ଼ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଗହମ ଷ୍ଟକ୍ ରକ୍ଷଣାବେକ୍ଷଣ ପାଇଁ ସରକାର ନିୟମର ମାନଦଣ୍ଡକୁ ଆହୁରି କଡାକଡି କରିଛନ୍ତି।
ଗହମ ଦର ହ୍ରାସ ପାଇଁ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଖାଦ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛନ୍ତି ଯେ, ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଗହମ ଷ୍ଟକ୍ ସୀମା ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ହୋଲସେଲରମାନଙ୍କୁ ୨,୦୦୦ଟନ୍ ପରିବର୍ତ୍ତେ ଗହମ ଷ୍ଟକ୍କୁ ୧,୦୦୦ ଟନ୍ ପର୍ଯ୍ୟନ୍ତ ରଖିବାକୁ ଅନୁମତି ଦିଆଯିବ।
ଖୁଚୁରା ବ୍ୟବସାୟୀମାନେ ୧୦ ଟନ୍ ପରିବର୍ତ୍ତେ ପ୍ରତ୍ୟେକ ବିକ୍ରୟ ପଏଣ୍ଟରେ ୫ ଟନ୍ ଷ୍ଟକ୍ ରଖିପାରିବେ। ଗୋଦାମଧାରକମାନଙ୍କୁ ସେମାନଙ୍କର ମାସିକ ସ୍ଥାପିତ କ୍ଷମତାର ୬୦ ପ୍ରତିଶତ ପରିବର୍ତ୍ତେ ୫୦ ପ୍ରତିଶତ ମହଜୁଦ୍ କରିବାକୁ ଅନୁମତି ଦିଆଯିବ ଯାହାକି ଅବଶିଷ୍ଟ ମାସଗୁଡିକରେ ଏପ୍ରିଲ୍, ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଗହମ ଉପରେ ଷ୍ଟକ୍ ସୀମା ପ୍ରଥମେ ଜୁନ୍ ୨୪ ରେ ଲାଗୁ କରାଯାଇଥିଲା ଏବଂ ସାମଗ୍ରିକ ଖାଦ୍ୟ ନିରାପତ୍ତା ପରିଚାଳନା ତଥା ହୋର୍ଡିଂ ଏବଂ ମହଜୁଦ୍କୁ ରୋକିବା ପାଇଁ ସେପ୍ଟେମ୍ବର ୯ ରେ ଏହି ନିୟମକୁ କଡାକଡି କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ
ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ଗହମ ସଂରକ୍ଷଣ ସଂସ୍ଥା ଗହମ ଷ୍ଟକ୍ ସୀମା ପୋର୍ଟାଲରେ ପଞ୍ଜୀକୃତ ହେବା ଏବଂ ପ୍ରତି ଶୁକ୍ରବାର ଦିନ ଷ୍ଟକ୍ ସ୍ଥିତିକୁ ଅପଡେଟ୍ କରିବା ଆବଶ୍ୟକ। ଯଦି ସଂସ୍ଥାଗୁଡ଼ିକର ଷ୍ଟକ୍ ଧାର୍ଯ୍ୟ ସୀମା ଅତିକ୍ରମ କରିଛନ୍ତି, ତେବେ ବିଜ୍ଞପ୍ତି ପ୍ରକାଶ ହେବାର ୧୫ ଦିନ ମଧ୍ୟରେ ସେମାନଙ୍କୁ ପରିମାଣକୁ ନିର୍ଦ୍ଦିଷ୍ଟ ଷ୍ଟକ୍ ସୀମାକୁ ଆଣିବାକୁ ପଡିବ।
ପୋର୍ଟାଲରେ ପଞ୍ଜୀକୃତ ହୋଇ ନ ଥିବା କିମ୍ବା ଷ୍ଟକ୍ ସୀମା ଉଲ୍ଲଂଘନ କରୁଥିବା ସେଭଳି ସଂସ୍ଥା ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅନୁଯାୟୀ ଉପଯୁକ୍ତ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ମନ୍ତ୍ରଣାଳୟ ଗହମର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ଅଧିକ ପଢ଼ନ୍ତୁ: ମୁମ୍ବାଇ, କୋଚି ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)