ନୂଆଦିଲ୍ଲୀ: ଏୟାର ମାର୍ସାଲ ଆଶୁତୋଷ ଦୀକ୍ଷିତଙ୍କୁ ଗୁରୁବାର ନୂତନ ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ନିଯୁକ୍ତ କରାଯାଇଛି। ସେ ଭାରତୀୟ ବାୟୁସେନାର ଆଧୁନିକୀକରଣ ଦାୟିତ୍ବରେ ରହିବେ। ଏହା ପୂର୍ବରୁ ଅକ୍ଟୋବର ୨୦୨୨ରୁ ସେ ଦକ୍ଷିଣ-ପଶ୍ଚିମ ଏୟାର କମାଣ୍ଡରେ ବରିଷ୍ଠ ଏୟାର ଷ୍ଟାଫ୍ ଅଫିସରଭାବେ କାର୍ଯ୍ୟ କରୁଥିଲେ।