ଅଖିଳେଶ-ମାୟାବତୀଙ୍କ ରାଲିଲେ ପଶିଲା ଷଣ୍ଢ ! ଭାଇରାଲ ହେଲା ଭିଡିଓ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲି ସମୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହାମେଣ୍ଟର ନିର୍ବାଚନୀ ପ୍ରଚାର ପାଇଁ ନେତାମାନେ ବିଭିନ୍ନ ସ୍ଥାନରେ ସଭା କାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ଜମା ମଧ୍ୟ ହୋଇଥିଲେ । ତେବେ ହଠାତ କଡ଼ା ସୁରକ୍ଷା ବଳୟ ମଧ୍ୟକୁ ପ୍ରବେଶ କରିଥିଲା ଏକ ଷଣ୍ଢ । ଏହାପରେ ଲୋକମାନେ ଭୟରେ ଏଣେତେଣେ ଦୌଡିବା ଆରମ୍ଭ କରି ଦେଇଥିଲେ । ଏଭଳି ପରିସ୍ଥିତିରେ ସେହି ଷଣ୍ଢକୁ ଧରିବାକୁ ଯାଇ ୨ଯବାନ ଆହତ ହୋଇଥିବା କଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Rediff.com

ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ସଭାରେ ହଠାତ୍‌ ଷଣ୍ଢ ପଶିବା ପରେ ଲୋକମାନେ କ’ଣ କରିବେ ତାହା ଚିନ୍ତା ମଧ୍ୟ କରିପାରିନଥିଲେ । ଭିଡ଼ ଅଧିକ ଥିବାରୁ ଦୌଡ଼ିବା ସମୟରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ଅଖିଳେଶ ଯାଦବ । କିଛି ସମୟ ଧରି ଷଣ୍ଢର ଉତ୍ପାତ ଜାରି ରହିବା ପରେ ତାକୁ କାବୁ କରାଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ନିର୍ବାଚନୀ ସଭା ଆରମ୍ଭ ହୋଇଥିଲା । କିନ୍ତୁ ଏହାପରେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଥିବା ଦେଖାଯାଇଛି । ଅଖିଳେଶ କହିଛନ୍ତି ଯେ, ୨୧ମାସରେ ଆମେମାନେ ଏକ୍ସପ୍ରେସ ରାସ୍ତା ନିର୍ମାଣ କରିଥିଲୁ । କିନ୍ତୁ ଜନତା ଏବେ ୫କୋଟି ଜୀବଙ୍କ ପାଇଁ ଚିନ୍ତିତ ଅଛନ୍ତି । ଯଦି ସରକାର ନିର୍ବାଚନୀ କାର୍ଯ୍ୟକ୍ରମରେ ଷଣ୍ଢର ପ୍ରବେଶ ଉପରେ ଲଗାମ ଲଗାଇପାରୁନାହାନ୍ତି ତେବେ ଗରିବ ଚାଷୀ ଏଥିପାଇଁ କେତେ ହଇରାଣ ହେଉଥିବେ ତାହା ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି ବୋଲି ଅଖିଳେଶ କହିଛନ୍ତି ।

ସମ୍ବନ୍ଧିତ ଖବର