ମୋଦୀ-ରାହୁଲଙ୍କ ଆସନ ସମେତ ୧୫ ବଡ଼ ଆସନରେ ମତଦାନ କେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଜୁନ ୪ରେ ଭୋଟ ଗଣତି ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ଆସନ ସମେତ ଦେଶର ୧୫ ବଡ଼ ଲୋକସଭା ଆସନରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ କରାଯିବ।

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଆସନରେ ଜୁନ୍ ୧ ରେ ଏଠାରେ ଶେଷ ପର୍ଯ୍ୟାୟରେ ମତଦାନ ହେବ।

ଗାନ୍ଧିନଗର: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆସନ, ମେ ୭ରେ ଏଠାରେ ଭୋଟିଂ ହେବ।

ୱାୟନାଡ଼: ରାହୁଲ ଗାନ୍ଧୀଙ୍କ ଆସନ, ଏପ୍ରିଲ ୨୬ ରେ ଏଠାରେ ଭୋଟିଂ ହେବ ଅମେଠି: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆସନରେ ମେ ୨୦ ରେ ମତଦାନ କରାଯିବ।
ବିନିଶା: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ମେ ୭ ରେ ଏଠାରେ ଭୋଟ୍ ଗ୍ରହଣ କରାଯିବ।

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ଆସନରେ ମେ ୨୦ ରେ ମତଦାନ କରାଯିବ।
ଥିରୁଭାନନ୍ତପୁରମ୍: ସିଟିଂ କଂଗ୍ରେସ ସାଂସଦ ଶଶି ଥରୁର ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏଠାରୁ ପ୍ରତଦ୍ବନ୍ଦ୍ବିତା କରୁଛପ୍ତି। ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହେବ।

ଗୁନା: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଠାରୁ ଲଢୁଛନ୍ତି। ମେ ୭ ରେ ଏଠାରେ ଭୋଟିଂ ହେବ।

କରନାଲ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏଠାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମେ ୨୫ରେ ଏଠାରେ ମତଦାନ ହେବ।

ହରିଦ୍ୱାର: ଉତ୍ତରାଖଣ୍ଡର ପୂର୍ବତନ ସିଏମ ତ୍ରିବେନ୍ଦ୍ର ସିଂ ରାୱତ ଏଠାରୁ ଲଢୁଛନ୍ତି। ଏପ୍ରିଲରେ ୧୯ ରେ ଏଠାରେ ଭୋଟିଂ ହେବ।
ନାଗପୁର: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏହି ଆସନରେ ଏପ୍ରିଲ ୧୯ ରେ ମତଦାନ ହେବ।

ମୁମ୍ବାଇ ଉତ୍ତର: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଥମ ଥର ପାଇଁ ଏହି ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଏଠାରେ ମେ ୨୦ରେ ମତଦାନ କରାଯିବ।
କୋଟା: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଏହି ଆସନ ରେ ଏପ୍ରିଲ ୨୬ରେ ଭୋଟ୍ ଗ୍ରହଣ କରାଯିବ।
ହମିରପୁର: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏହି ଆସନରେ ଜୁନ୍ ୧ ଶେଷ ପର୍ଯ୍ୟାୟରେ ମତଦାନ ହେବ।

ଉତ୍ତର ପୂର୍ବ ଦିଲ୍ଲୀ: ବର୍ତ୍ତମାନର ବିଜେପି ସାଂସଦ ମନୋଜ ତିୱାରୀଙ୍କ ଆସନରେ ମେ ୨୫ ରେ ଭୋଟିଂ ହେବ।

ସମ୍ବନ୍ଧିତ ଖବର