ଜୟପୁର ବିମାନ ବନ୍ଦରରେ ଶଶି ଥରୁର୍‌ କହିଲେ ‘ସିଷ୍ଟର’, ଯାତ୍ରୀଙ୍କୁ ଶୁଭିଲା ‘ପିସ୍ତଲ୍‌’ : ଜାଣନ୍ତୁ ତା’ପରେ କ’ଣ ହେଲା

ଜୟପୁର : ଗୁରୁବାର ଦିନ ଜୟପୁର ବିମାନବନ୍ଦରରେ ଭୁଲ ବୁଝାମଣାର ଶିକାର ହୋଇଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ବିମାନ ବନ୍ଦରକୁ ନିଜ ଭଉଣୀକୁ ଆଣିବାକୁ ଯାଇଥିବା ବେଳେ ତାଙ୍କ ସହ ଘଟିଥିଲା ଏହି ଘଟଣା । ଜଣେ ଯାତ୍ରୀ ତାଙ୍କ କଥାକୁ ଠିକ୍‌ ଭାବେ ଶୁଣି ନ ପାରି ‘ପାନିକ୍‌ ବଟନ୍‌’ ଦବାଇବା ସହ ଶଶିଙ୍କ ବିରୋଧରେ ତୁରନ୍ତ ପଦକ୍ଷପ ନେବା ପାଇଁ ସୁରକ୍ଷାକର୍ମୀଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ, ଶଶି ଥରୁର ଦିଲ୍ଲୀରୁ ଆସୁଥିବା ତାଙ୍କ ଭଉଣୀକୁ ଆଣିବା ପାଇଁ ଜୟପୁର ବିମାନବନ୍ଦରକୁ ଯାଇଥିଲେ । ସେହି ସମୟରେ ଜଣେ ଲୋକ ତାଙ୍କୁ କାହା ପାଇଁ ଅପେକ୍ଷା କରିଛନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସେ ଆଇ ଆମ େଓ୍ଵଟିଙ୍ଗ ଫର୍‌ ମାଇଁ ସିଷ୍ଟର ( ମୁଁ ମୋ ଭଉଣୀଙ୍କୁ ଅପେକ୍ଷା କରିଛି) ବୋଲି ଶଶି ଥରୁର କହିଥିଲେ । କିନ୍ତୁ ପାଖରେ ଥିବା ଆଉ ଜଣେ ଯାତ୍ରୀ ଜଣଙ୍କୁ (ଆଇ ଆମ େଓ୍ଵଟିଙ୍ଗ ଫର୍‌ ମାଇଁ ପିସ୍ତଲ) ଶୁଭିଥିଲା । ଏହା ପରେ ସେ ଡ଼ରି ଯାଇ ପାନିକ୍‌ ବଟନ୍‌ ଦବାଇବା ସହ ସୁରକ୍ଷା କର୍ମୀଙ୍କୁ ଏନେଇ ସୂଚନା ଦେଇଥିଲେ । ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ଶଶି ଥରୁରଙ୍କୁ ଏ ନେଇ ପଚାରିବା ପରେ ଯାତ୍ରୀ ଜଣଙ୍କ ତାଙ୍କ କଥାକୁ ଭୁଲ ବୁଝିଛନ୍ତି ବୋଲି ସେ ଜଣାଇଥିଲେ ।
ଏହା ପୂର୍ବରୁ ଶଶି କପୁରଙ୍କର ମୃତ୍ୟୁ ସମୟରେ ମଧ୍ୟ ଭୁଲ ବୁଝାମଣାର ଶିକାର ହୋଇଥିଲେ ଶଶି ଥରୁର । ଗୋଟେ ନିଉଜ୍‌ ଚ୍ୟାନେଲର ଟ୍ଵିଟର ଆକାଉଣ୍ଟରେ ଭୁଲରେ ଶଶି କପୁରଙ୍କ ସ୍ଥାନରେ ଶଶି ଥରୁର ଲେଖାହୋଇଯାଇଥିବାରୁ ତାଙ୍କ ଅଫିସକୁ ଅନେକ ସମର୍ଥକ ଫୋନ କରି ସାନ୍ତ୍ୱନା ଦେବା ଆରମ୍ଭ କରି ଦେଇଥିଲେ ।

ସମ୍ବନ୍ଧିତ ଖବର