ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ ଫୋନ ଆଉ ଯାହାକୁ ଦେଖିବେ ସେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଆଉ ଏହି ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୁଏ । ମୋବାଇଲ୍ ଯୋଗୁଁ ଜୀବନ ସହଜ ହୋଇଯାଇଛି। ଆମେ କେବଳ ଗୋଟିଏ କ୍ଲିକ୍ ରେ ସମସ୍ତ ସୁବିଧା ପାଇପାରୁଛୁ, ଏସବୁ ସତ୍ୱେ ଆମେ ବ୍ୟସ୍ତ ହୋଇଯାଇଛୁ। ଆମର ଯତ୍ନ ନେବା ପାଇଁ ଆମ ପାଖରେ ସମୟ ନାହିଁ ।
ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଲୋକ କମେଣ୍ଟ ଦେଇଛନ୍ତି । ଫଟୋ ମାଧ୍ୟମରେ ସେ ଲୋକମାନଙ୍କୁ କହିଛନ୍ତି ଯେ, ଯେତେବେଳେ ଟେଲିଫୋନ୍ ତାର ଦ୍ୱାରା ବନ୍ଧା ହୋଇଥିଲା, ସେତେବେଳେ ଲୋକମାନେ ଫ୍ରି ଥିଲେ। ଲୋକମାନେ ନିଜ ଜୀବନକୁ ଆରାମରେ ବିତାଉଥିଲେ। ମୋବାଇଲ ଫୋନ୍ ପାଇବା ପରେ ଲୋକମାନେ ବ୍ୟସ୍ତ ହୋଇ ଯାଇଛନ୍ତି । ଲୋକମାନେ ଇଣ୍ଟରନେଟରେ ଏତେ ହଜିଯାଇଛନ୍ତି ଯେ ପରସ୍ପର ସହ ଯୋଗାଯୋଗ କରିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଏହି ଭାଇରାଲ୍ ଫଟୋରେ ଦେଖିବାକୁ ମିଳୁଛି ଯେ, ଫୋନ୍ କିପରି ପୁରୁଣା ଦିନରେ ଗୋଟିଏ ସ୍ଥାନରେ ରହିଥିଲା।
When the phone was tied with a wire… pic.twitter.com/nn3D9KkjEi
— Awanish Sharan (@AwanishSharan) February 17, 2023
ସୋସିଆଲ ମିଡିଆରେ ଏହି ପୋଷ୍ଟରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଯଦି ଦେଖାଯାଏ, ପୁରୁଣା ଦିନରେ ଲୋକମାନେ ବହୁତ ସମୟ ପାଇଥା’ନ୍ତି। ବର୍ତ୍ତମାନ ଲୋକଙ୍କ ପାଖରେ ସମସ୍ତ ସୁବିଧା ଅଛି, କିନ୍ତୁ ପରସ୍ପର ପାଇଁ ସମୟ ନାହିଁ।