ମୁମ୍ବାଇ: କୋଣାର୍କ ଏକ୍ସପ୍ରେସ (ଟ୍ରେନ ନମ୍ବର ୧୧୦୨୦) ରେ ମୁମ୍ବାଇ ଆସୁଥିବା ବେଳେ ଜଣେ ଓଡ଼ିଆ ଲୋକ ନିଜର ମୂଲ୍ୟବାନ୍ ସାମଗ୍ରୀ ଭୁଲରେ ଛାଡ଼ିଥିଲେ। କିନ୍ତୁ ସେ ଏହାକୁ ଫେରିପାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୂଚନା ଅନୁଯାୟୀ ସୁମନ୍ତ ବେହେରା କୋଣାର୍କ ଏକ୍ସପ୍ରେସରେ ନିଜର ବହୁ ମୂଲ୍ୟ ସାମଗ୍ରୀ ଭୁଲି ଯାଇଥିଲେ ଯେଉଁଥିରେ ୩ ଲକ୍ଷ ଟଙ୍କାର ସୁନା ହାର, ଏକ ଲ୍ୟାପଟପ ସହିତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା । କିଛି ସମୟପରେ ସେ ଜାଣିଲେ କି ନିଜର ମୂଲ୍ୟବାନ୍ ସାମଗ୍ରୀସବୁ ଟ୍ରେନରେ ଛାଡ଼ି ଦେଇଛନ୍ତି। ଟ୍ରେନଟି ଯେତେବେଳେ କଲ୍ୟାଣରେ ପହଞ୍ଚିଥିଲା । ସୁମନ୍ତ ତରବର ହୋଇ ଓହ୍ଲାଇବା ବେଳକୁ ନିଜର ବ୍ୟାଗ କୋଚ ନମ୍ବର ବି-୫ର ବର୍ଥ ୨୧-୨୨ରେ ଭୁଲି ଯାଇଥିଲେ । ଏହାପରେ ହେଲ୍ପଲାଇନ ନମ୍ବରକୁ କଲ କରିଥିଲେ ।
ସୁମନ୍ତଙ୍କ କଲ୍ ପାଇବାପରେ ହେଲ୍ପଲାଇନରେ କନଷ୍ଟେବଳ ପୂଜା ଶର୍ମା ଦାଦରସ୍ଥିତ ଏଏସଆଇ ଜେଜେ ତିୱାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।

Image result for gold necklace image source--candere

ଟ୍ରେନ ଦାଦରଠାରେ ପହଞ୍ଚିବା ପରେ ବି-୫ କୋଚରେ ଖୋଜାଖୋଜି କରାଯାଇଥିଲା । ବ୍ୟାଗଟି ମଧ୍ୟ ମିଳି ଯାଇଥିଲା । ଏହି ସୂଚନା ତତକ୍ଷଣାତ୍ କଲ୍ୟାଣ ଆରପିଏଫ ଥାନାକୁ ଦିଆଯାଇଥିଲା। ସେଠାକୁ ଆସି ସୁମନ୍ତ ବେହେରା ନିଜର ମୂଲ୍ୟବାନ ସାମଗ୍ରୀ ଥିବା ବ୍ୟାଗଟି ନେଇଥିଲେ। ସେ ଖୁସି ଜାହିର କରିବା ସହିତ ରେଳବାଇ ଉପରେ ତାଙ୍କର ଭରସା ବଢ଼ିଯାଇଛି ବୋଲି କହିଥିଲେ।