ମହାରାଷ୍ଟ୍ର ଔରଙ୍ଗାବାଦ ଓ ଓସ୍‌ମାନାବାଦ ଜିଲ୍ଲାର ନାମ କେବେ ହେବ ପରିବର୍ତ୍ତନ? ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କୁ ପ୍ରଶ୍ନ କଲା ଶିବସେନା

ମୁମ୍ବାଇ (ମହାରାଷ୍ଟ୍ର): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାମକୁ ପରିବର୍ତ୍ତନ କରି ଅଯୋଧ୍ୟା କରି ଦେବାପରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଜିଲ୍ଲା ଓ ସହରର ନାମକୁ ପରିବର୍ତ୍ତନ କରିବା ପାଇଁ ରାଜନୀତି ଜୋର ଧରିଛି। ଏହି କ୍ରମରେ ଶିବସେନା ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ପ୍ରଶ୍ନ କରିଛି ଯେ ମହାରାଷ୍ଟ୍ର ଔରଙ୍ଗାବାଦ ଓ ଓସ୍‌ମାନାବାଦ ଜିଲ୍ଲାର ନାମକୁ କେବେ ପରିବର୍ତ୍ତନ କରାଯାଉଛି?

ମହାରାଷ୍ଟ୍ର ଶିବସେନାର ସାଂସଦ ସଂଜୟ ରାଉତ୍‌ କହିଛନ୍ତି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ ଆହ୍ଲାବାଦର ନାମକୁ ପ୍ରୟାଗରାଜ ଓ ଫୈଜାବାଦକୁ ଅଯୋଧ୍ୟାରେ ପରିବର୍ତ୍ତନ କରିଦେଲେ, ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ କେବେ ଔରଙ୍ଗାବାଦକୁ ଶମ୍ଭାଜୀ ନଗର ଓ ଓସମାନାବଦ୍‌କୁ ଧରାଶିଭ ନଗରରେ ପରିବର୍ତ୍ତନ କରିବେ? ଔରଙ୍ଗାବାଦର ନାଁକୁ ଶମ୍ଭାଜୀ ନଗର ଓ ଓସମାନାବଦ୍‌ ନାଁକୁ ଧରାଶିଭ ନଗରରେ ପରିବର୍ତ୍ତନ କରିବା ପାଇଁ ଶିବସେନା ଗତ ଦୁଇ ଦଶନ୍ଧି ଧରି ଦାବି କରି ଆସୁଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ ଶିବସେନାର ଏହି ଦାବିକୁ ଅଣଦେଖା କରି ଏଡ଼େଇ ଦେଉଥିବାରୁ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ୍‌।

ସମ୍ବନ୍ଧିତ ଖବର