ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ଓହ୍ଲାଇଥିବ‌ା ୮୪୧ଯାତ୍ରୀଙ୍କ ମିଳୁନି ପତ୍ତା

ସରକାର କି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ ନାହିଁ ସୂଚନା

ଅମୃତସର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖା ଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ହେଲେ ବିମାନ ଉଡ଼ାଣ ଉପରେ ରୋକ ଲାଗିବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଠାବ କରାଯାଇଥିବା ବେଳେ ପଞ୍ଜାବର ଅମୃତସରକୁ ଆସିଥିବା ୮୪୧ ଯାତ୍ରୀଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି । ଏହି ଯାତ୍ରୀମାନଙ୍କ ବିଷୟରେ  ସରକାର କି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ ।

Amritsar Airport (ATQ)
www.amritsarairport.com

ନିକଟରେ ୧୫୫୦ ଜଣ ଯାତ୍ରୀ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ । ଏବେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବାକୁ ପଞ୍ଜାବ ସରକାର ତତ୍ପର ହୋଇଛନ୍ତି । ଏନେଇ ପଞ୍ଜାବ ସରକାର ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ବିମାନବନ୍ଦର କର୍ତ୍ତୁପକ୍ଷ ମାତ୍ର ୭୦୯ ଜଣ ଯାତ୍ରୀଙ୍କର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାରେ ସଫଳ ହୋଇଛି । ଅନ୍ୟ ୮୪୧ ଜଣ ଯାତ୍ରୀଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ । ଅନ୍ୟପଟେ ଇଂଲଣ୍ଡରୁ ପଞ୍ଜାବ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଟ୍ରେସ କରିବାକୁ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଭିଲ୍ ସର୍ଜନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବଲବୀର ସିଂ କହିଛନ୍ତି କି ବ୍ରିଟେନରୁ ଆସି ପଞ୍ଜାବରେ ପହଞ୍ଚିଥିବା ୮ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର