ଏପଟେ ବିବାଦ ଚାଲିଛି, ସେପଟେ ୯୦୦ କୋଟି ଟଙ୍କାର ୩ଟି ଅଗଷ୍ଟା ହେଲିକାପ୍ଟର ପଡି ପଡି ଖତ ଖାଉଛି

ନୂଆଦିଲ୍ଲୀ : ଦେଶରେ ଏବେ ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ହେଲିକାପ୍ଟରକୁ ନେଇ ଚର୍ଚ୍ଚା । ଏହି ହେଲିକାପ୍ଚର କିଣାମାମଲାରେ ହୋଇଥିବା ଲାଞ୍ଚ କାରବାର ସଂପର୍କରେ ଜେରା ପାଇଁ ଭାରତ ସରକାର ଏହି କାରବାରରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମିସେଲକୁ ଭାରତ ଆଣି ଜେରା କରୁଛନ୍ତି । ତେବେ ଯେଉଁ ହେଲିକାପ୍ଟର ପାଇଁ ଏତେ ନାଟ ଲାଗିଛି ସେଗୁଡିକ କେଉଁଠାରେ ଅଛି ?

ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ୩ଟି ଅଗଷ୍ଟା ହେଲିକାପ୍ଟର ଏବେ ନୂଆଦିଲ୍ଲୀସ୍ଥିତ ପାଲାମୋ ବିମାନ ଘାଟୀରେ ପଡି ପଡି ଖତ ଖାଉଛି । ପ୍ରତି ହେଲିକାପ୍ଟରର ମୂଲ୍ୟ ପ୍ରାୟ ୩ ଶହକୋଟି ଟଙ୍କା । ଏଗୁଡିକର ଭବିଷ୍ୟତ କଣ, ଆଉ କେତେ ଦିନ ଏହି ଦାମୀ ହେଲିକାପ୍ଟର ଗୁଡିକ ପଡି ରହି ଖତ ଖାଇବ ତାହା କେହି କହିପାରୁନାହାନ୍ତି ।

ପ୍ରାୟ ୩୬ ଶହ କୋଟି ଟଙ୍କା ବିନିମୟରେ ୧୨ଟି ଅଗଷ୍ଟା ହେଲିକାପ୍ଟର କିଣିବା ପାଇଁ ଭାରତ ସରକାର ୨୦୧୦ ମସିହାରେ ଚୁକ୍ତି କରିଥିଲେ । ଏଗୁଡ଼ିକ ଭାରତୀୟ ବାୟୁ ସେନାର ବ୍ୟବହାର, ପ୍ରଧାନମନ୍ତ୍ରୀ ଓ ଆଉ କେତେକ ଭିଭିଆଇପି ଚଢିବା ପାଇଁ କିଣାଯାଇଥିଲା । ତେବେ ଏହି କାରବାରରେ ବିପୁଳ ପରିମାଣର ଲାଞ୍ଚ କାରବାର ହୋଇଥିବା ୨୦୧୩ ମସିହାରେ ଜଣାପଡିଲା । ଏହାପରେ ୨୦୧୪ ଜୁନରେ ବିଜେପି ସରକାର ଆସିବା ପରେ ଏହି ଚୁକ୍ତିକୁ ରଦ୍ଦ କରିଦେଲେ । କିନ୍ତୁ ଏହା ପୂର୍ବରୁ ହିଁ ଅଗଷ୍ଟା କମ୍ପାନିକୁ ୧୬ ଶହ କୋଟି ଟଙ୍କା ପ୍ରଦାନ ହୋଇସାରିଥିଲା । ଏହା ବଦଳରେ କମ୍ପାନି ୩ଟି ହେଲିକାପ୍ଟର ( ମୋଟ ମୂଲ୍ୟ ୯୦୦ କୋଟି ଟଙ୍କା) ଭାରତକୁ ପଠାଇସାରିଥିଲା ।

ସମ୍ବନ୍ଧିତ ଖବର