ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ବିଜେପି ଏକ ସୁଯୋଗ ଭାବେ ଗ୍ରହଣ କରିପାରୁ ନାହିଁ। ବିଜେପି ଏ କ୍ଷେତ୍ରରେ ଖୁବ୍ ସତର୍କତାର ସହ ପଦକ୍ଷେପ ନେଉଛି। ଜୟପୁରରେ ବିଜେପିର ବହୁ ଟାଣୁଆ ନେତା ଅଛନ୍ତି। ସେମାନଙ୍କୁ ବିଜେପି ଅଣଦେଖା କରିପାରିବ ନାହିଁ। ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି ଯେ, ପାଇଲଟ୍ ଯଦି ବିଜେପିରେ ମିଶିବା ପାଇଁ ନିଜପଟୁ ଆଗ୍ରହ ପ୍ରକାଶ କରନ୍ତି ତେବେ ବିଜେପି ଏବାବଦରେ କିଛି ନିଷ୍ପତ୍ତି ନେବ। କିନ୍ତୁ ପାଇଲଟ୍ଙ୍କୁ ବିଜେପି ଦଳରେ ସାମିଲ କରିବା ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ଦଳ ପକ୍ଷରେ ଏତେ ସହଜସାଧ୍ୟ ହେବନାହିଁ। ପାଇଲଟ୍ଙ୍କୁ ଦଳରେ ସାମିଲ କରିବା ପୂର୍ବରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କଥାକୁ ବିଜେପି ବିଚାରକୁ ନେବ। ନିର୍ବାଚନରେ ହାରିଥିଲେ ମଧ୍ୟ ରାଜସ୍ଥାନ ବିଜେପିରେ ରାଜେଙ୍କର ପୂର୍ଣ୍ଣ ଦଖଲ ରହିଛି। ଏଭଳି ସ୍ଥିତିରେ ପାଇଲଟଙ୍କ ସହ ବୁଝାମଣା ବିଜେପି ପାଇଁ ସହଜ ହେବନାହିଁ।
ପାଇଲଟ୍ଙ୍କୁ ଦଳରେ ସାମିଲ କରିବାରେ ବିଜେପି ପାଇଁ ପ୍ରତିବନ୍ଧକ କେଉଁଠି ?
/sambad/media/post_attachments/wp-content/uploads/2020/07/PTI10_22_2018_000034B-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)