ନୂଆଦିଲ୍ଲୀ: ଅନନ୍ତ-ରାଧିକାଙ୍କ ବିବାହ ବ୍ୟତୀତ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚିତ ବିଷୟ ହେଉଛି ସେମାନଙ୍କର ହନିମୁନ୍ କେଉଁଠି ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ରେ ବିବାହ ବନ୍ଧନରେ ବାନ୍ଧି ହେବେ। ଅନନ୍ତ ଏବଂ ରାଧିକାଙ୍କ ବିବାହ ବ୍ୟତୀତ, ଗୋଟିଏ ପ୍ରଶ୍ନ ଅଛି ଯାହାକୁ ଲୋକମାନେ ସୋସିଆଲ ମିଡିଆରେ ଅଧିକ ପଚାରୁଛନ୍ତି। ତାହା ହେଉଛି ଅନନ୍ତ ଏବଂ ରାଧିକାର ହନିମୁନ୍ ଡେଷ୍ଟିନେସନ କେଉଁଠି।

Advertisment

ଏହି ନବ ବିବାହିତ ଦମ୍ପତିଙ୍କ ହନିମୁନ୍ ସ୍ପଟ୍ କେଉଁଠାରେ ରହିବ ସମସ୍ତେ ଜାଣିବାକୁ ଚାହାନ୍ତି । ଏହି ତାଲିକାର ପ୍ରଥମ ନାମ ଆଫ୍ରିକା ଆସିଛି। ନବ ବିବାହିତ ଦମ୍ପତି ଅନନ୍ତ ଏବଂ ରାଧିକା ଦକ୍ଷିଣ ଆଫ୍ରିକା ଯିବାର ସମ୍ଭାବନା ରହିଛି। ବେସରକାରୀ ସଫାରି ଏବଂ ହେଲିକପ୍ଟର ସହିତ ସମସ୍ତ ସୁବିଧା ୧୪ଦିନର ହନିମୁନ୍ ପ୍ୟାକେଜରେ ଉପଲବ୍ଧ । ଏହି ଭ୍ରମଣର ମୂଲ୍ୟ ପ୍ରାୟ ୧.୫କୋଟି ଟଙ୍କା ରହିଛି। ଏହା ବ୍ୟତୀତ ଅନେକ ସ୍ଥାନ ଅଛି ଯେଉଁଠାରେ ଅନନ୍ତ ଏବଂ ରାଧିକା ହନିମୁନ୍ ପାଇଁ ଯାଇପାରିବେ।
ଏହା ସହିତ ବୋରା ବୋରା ଆଇଲ୍ୟାଣ୍ଡ ମଧ୍ୟ ତାଲିକାରେ ରହିଛି। ଏହା ଏକ ବ୍ଲକଲେକ ‌‌ଆଇଲ୍ୟାଣ୍ଡ।  ସିସିଲି ଦ୍ବୀପ ମଧ୍ୟ ପୃଥିବୀର ସବୁଠାରୁ ମହଙ୍ଗା ହନିମୁନ୍ ଡେଷ୍ଟିନେସନ। ‌ସେଠାକୁ ଯିବାକୁ ମଧ୍ୟ ଅନନ୍ତ ଏବଂ ରାଧିକା ଯୋଜନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହା ସହିତ ଫିଜା ଆଇଲ୍ୟାଣ୍ଡକୁ ଯିବା ପାଇଁ ମଧ୍ୟ ସେମାନେ ପସନ୍ଦ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। କେହି କେହି କହୁଛନ୍ତି ବି୍ରଟିଶ ଭର୍ଜିନ ଆଇଲ୍ୟାଣ୍ଡକୁ ଅନନ୍ତ ଏବଂ ରାଧିକା ହନିମୁନ୍ ଡେଷ୍ଟିନେସନ ଭାବେ ଚୟନ କରି ପାରନ୍ତି।