ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ସରକାରଙ୍କୁ ପୁଣି ଘେରିଲା ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ନିଶାନା କରିଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା କଥା ରଖି ପାରୁନି, ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବିଜେପି କହି ଦିଲ୍ଲୀର ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଆତିଶୀ ।
ଦିଲ୍ଲୀବାସୀଙ୍କୁ ମୋଦୀ ଏବଂ ବିଜେପି ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲା । ହେଲେ ସେସବୁ କୁଆଡେ ଗଲା ? ଦିଲ୍ଲୀ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା କୁଆଡେ ଗଲା, ଏହା କେବଳ ଜୁମଲା ଥିଲା ବୋଲି କହିଛନ୍ତି ଆତିଶୀ । ତାସହ ହୋଲି ପୂର୍ବରୁ ଦିଲ୍ଲୀର ମହିଳାଙ୍କୁ ମାଗଣା ଗ୍ୟାସ୍ କଥା କୁଆଡେ ଗଲା । ଆଉ ୨ ଦିନ ପରେ ହୋଲି, ହେଲେ ଏଯାଏଁ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର ମିଳିନି । ରେଖା ସରକାର ଏବଂ ମୋଦୀ ସରକାର କେବେ ଦେବେ ବୋଲି କଟାକ୍ଷର ସହ ପ୍ରଶ୍ନ କରିଛନ୍ତି ଆତିଶୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/12/FELhV597lJf6uOvdpVk7.jpg)