ଭୁବନେଶ୍ବର : ବିଶ୍ବର ଏକ ମହାକାଶ ସୁପର-ପାଓ୍ବାରରେ ପରିଣତ ହେବାର ଦ୍ବାରଦେଶରେ ପହଞ୍ଚିଛି ଭାରତ । ଆଉ ମାତ୍ର କିଛି ସମୟର ଅପେକ୍ଷା । ସଂଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲାଣ୍ଡିଂ କରିବାକୁ ଯାଉଛି । ଏହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ବର ବୈଜ୍ଞାନିକମାନେ ଚାହିଁ ବସିଛନ୍ତି । ଚନ୍ଦ୍ରଯାନ ଅବତରଣର ସିଧାପ୍ରସାରଣ ଇସ୍ରୋର ଓ୍ବେବସାଇଟ୍, ଇସ୍ରୋ ୟୁଟ୍ୟୁବ ଓ ଫେସବୁକ ପେଜରେ ଦେଖିହେବ । ସେହିପରି ଜାତୀୟ ପ୍ରସାରଣ ସେବା ଦୂରଦର୍ଶନରେ ବି ଏହାର ସିଧାପ୍ରସାରଣ କରାଯାଉଛି ।
ଆପଣ ନିମ୍ନ ଲିଖିତ ଲିଙ୍କରେ କ୍ଲିକ୍ କରି ସିଧାପ୍ରସାରଣ ଦେଖିପାରିବେ ।
ଇସ୍ରୋ ଓ୍ବେବସାଇଟ୍ : https://www.isro.gov.in/LIVE_telecast_of_Soft_landing.html
ଇସ୍ରୋ ୟୁଟ୍ୟୁବ୍ : https://www.youtube.com/watch?v=DLA_64yz8Ss
ଇସ୍ରୋ ଫେସବୁକ ପେଜ୍ : https://www.facebook.com/ISRO/videos/isro-live/447877627267841/
ଏହି ମିସନ ସଂପର୍କରେ ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି କୁହାଯାଇଛି “ମିଶନ ଠିକ୍ ସମୟରେ ଚାଲିଛି । ସିଷ୍ଟମଗୁଡିକର ନିୟମିତ ଯାଞ୍ଚ କରାଯାଉଛି ଓ ଏହି ଚନ୍ଦ୍ରଯାନର ଯାତ୍ରା ଧୀରେ ଧୀରେ ଆଗଉଛି । ମିଶନ ଅପରେସନ୍ କମ୍ପ୍ଲେକ୍ସ (ଏମଓଏକ୍ସ) ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ରହିଛି !”
କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ ପୂର୍ବରୁ ଚନ୍ଦ୍ରଯାନ-୩କୁ ଅଭିଯାନର ଶେଷ ୧୫ ମିନିଟ୍ ସମଗ୍ର ମିସନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ସଫ୍ଟ ଲାଣ୍ଡିଂ ପାଇଁ ଶେଷ ୧୫ରୁ ୨୦ ମିନିଟ ହିଁ ସବୁଠାରୁ ଜଟିଳ ଓ ଚ୍ୟାଲେଞ୍ଜିଙ୍ଗ୍ ଥାଏ ।