ନିର୍ଭୟା ମାମଲାର ପୁନର୍ବିଚାର ପାଇଁ ଦୋଷୀଙ୍କ ଆବେଦନ ପରେ କମ୍ପିଲେ ପୀଡ଼ିତାଙ୍କ ମାଆ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ସିଂହ ତାଙ୍କ ମାମଲାର ପୁନର୍ବିଚାର କରିବା ପାଇଁ ଆବେଦନ କରିଥିବା ଯାଚିକାରେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଉଲ୍ଲେଖ କରିଥିବା ବେଳେ ନିର୍ଭୟା ପୀଡ଼ିତାଙ୍କ ମାଆ ଏ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଅକ୍ଷୟ ସିଂହ ସୁପ୍ରିମ୍‌କୋର୍ଟରେ ମାମଲାର ପୁନର୍ବିଚାର ପାଇଁ ଆବେଦନ କରି ଜଣାଇଛନ୍ତି ଯେ  ‘ଦିଲ୍ଳୀର ପ୍ରଦୂଷଣ ଏମିତିରେ ବି ତାଙ୍କ ଆୟୁ କମ୍‌ କରୁଛି। ତେଣୁ ମୃତ୍ୟୁ ଦଣ୍ଡର କ’ଣ ଆବଶ୍ୟତା ରହିଛି?’

ଏହାକୁ ନେଇ ନିର୍ଭୟା ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ‘ଦୋଷୀମାନଙ୍କୁ ମାମଲାର ପୁନର୍ବିଚାର କରିବାର ପାଇଁ ଆବେଦନ କରିବାର ଅଧିକାର ନ ଦିଆଯିବା ଉଚିତ। ସେମାନେ ଡିସେମ୍ବର ୧୬ରେ ଫାଶୀ ପାଇବା ଆବଶ୍ୟକ। ମୋ ଝିଅର ଅନ୍ତବଜୁଳା କାଢ଼ି ଦିଆଯିବା ବେଳେ ମାନବିକ ଅଧିକାର କର୍ମୀ କେଉଁଠାରେ ଥିଲେ?’

timesofindia.indiatimes.com

ଉଲ୍ଳେଖଯୋଗ୍ୟ,  ୨୦୧୨ ମସିହାରେ ହୋଇଥିବା ବର୍ବର ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ସିଂହ। ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଅଦାଲତ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ମାମଲାର ପୁନର୍ବିଚାର ପାଇଁ ଶେଷରେ ଆବେଦନ କରିଛନ୍ତି ଅକ୍ଷୟ। ପୂର୍ବରୁ ଅନ୍ୟ ୩ ଜଣ ପୁନର୍ବିଚାର ପାଇଁ ଆବେଦନ କରି ସାରିଥିବା ବେଳେ ଅକ୍ଷୟ ସିଂହ ଏକ ଅଦ୍ଭୁତ କାରଣ ଦର୍ଶାଇ ତାଙ୍କ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି।

Zee News

ସେ ତାଙ୍କ ଯାଚିକାରେ ଯୁକ୍ତି କରି ଜଣାଇଛନ୍ତି ‘ ଦିଳ୍ଲୀର ଏନ୍‌ସିଆର୍‌ ଓ ମେଟ୍ରୋରେ ବାୟୁ ପ୍ରଦୂଷଣକୁ ନେଇ ସମସ୍ତେ ଜାଣିବା ଉଚିତ। ଏନ୍‌ସିଆର୍‌ ଓ ମେଟ୍ରୋର ପାଣି ସଂପୂର୍ଣ୍ଣ ଭାବେ ବିଷାକ୍ତ। ଦିଲ୍ଲୀର ପାଣିପବନ ବିଷୟରେ ସମସ୍ତେ ଜାଣିଛନ୍ତି। ଏମିତିରେ ବି ଆୟୁ କମୁଛି। ମୃତ୍ୟୁଦଣ୍ଡର କ’ଣ ଆବଶ୍ୟକତା ଅଛି?’

 

ସମ୍ବନ୍ଧିତ ଖବର