ନୂଆଦିଲ୍ଲୀ: କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ବିଭିନ୍ନ ଗ୍ୟାରେଣ୍ଟିର ଘୋଷଣା କରିଛି। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ସାମ ପିଟ୍ରୋଡା ପ୍ରଶ୍ନ କରାଯାଉଛି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ନିଜର ପ୍ରତିଶ୍ରୁତି ପୂରଣ ପାଇଁ ମଧ୍ୟବିତ୍ତଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ପଡ଼ିପାରେ କି? ସୋସିଆଲ ମିଡ଼ିଆରେ ପ୍ରସାରିତ ଏକ ଭିଡ଼ିଓରେ ଏହା ଦେଖିବାକୁ ମିଳୁଛି। ତେବେ ଏହାର ତାରିଖ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ପିଟ୍ରୋଡାଙ୍କ ସହ ଏକ ସାକ୍ଷାତକାରରେ ପ୍ରଶ୍ନକର୍ତ୍ତା ଏଭଳି ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରସାରିତ ହେଉଥିବା ଭିଡିଓରେ ପ୍ରଶ୍ନର ଉତ୍ତର ଦେଇ ପିଟ୍ରୋଡା କହୁଛନ୍ତି, 'ମଧ୍ୟବିତ୍ତଙ୍କ ଉପରେ ଅଧିକ ଟିକସ ଲାଗୁ ହେବ ବୋଲି ଅନୁମାନ କରିବା ସତ୍ୟ ନୁହେଁ। ମଧ୍ୟବିତ୍ତମାନେ ଅଧିକ ସୁଯୋଗ ପାଇବେ। ମଧ୍ୟବିତ୍ତମାନେ ଅଧିକ ଚାକିରି ପାଇବେ । ଆଜି କୌଣସି ଚାକିରୀ ନାହିଁ। ଟିକସ ସାମାନ୍ୟ ବଢ଼ିପାରେ। ମୁଁ ଭାବୁନାହିଁ ଏହା ଏକ ବଡ ପ୍ରସଙ୍ଗ। ରାହୁଲ ଗାନ୍ଧୀଙ୍କ ରାଜନୈତିକ ଗୁରୁ ଭାବରେ ବିବେଚିତ ହେଉଥିବା ପିଟ୍ରୋଡା କହିଛନ୍ତି, “ତୁମେ କିପରି ତୁମର ଚାରିପାଖରେ ଗରିବ ଲୋକଙ୍କୁ ଦେଖି ପାରିବ ଏବଂ ଜାଣି ପାରିବ ଯେ କେହି ତୁମଠାରୁ ୧୦ ପଇସା ନେଇ ପାରିବେ।
भारत का मिडल क्लास स्वार्थी है. कांग्रेस अगर चुनाव जीती तो टैक्स बढ़ाया जाएगा- सैम पित्रोदा
— Abhay Pratap Singh (बहुत सरल हूं) (@IAbhay_Pratap) April 8, 2024
PM @narendramodi जी... सैम साहब ने आपके कल के भाषण के लिए नया कंटेंट दे दिया है. इसका भरपूर प्रयोग करें😁😁pic.twitter.com/zLFl7ciWXL
ଶୁକ୍ରବାର ଦିନ ପ୍ରକାଶିତ ଇସ୍ତାହାରରେ କଂଗ୍ରେସ କୃଷକ, ଯୁବବର୍ଗ, ମହିଳା ଏବଂ ସଂଖ୍ୟାଲଘୁଙ୍କୁ ପ୍ରତିଶ୍ରୁତି ଦେଇଛି। ଇସ୍ତାହାର ବିଷୟରେ ରାହୁଲ ଗାନ୍ଧୀ କହିଥିଲେ, "ଏହା ଆମର ଇସ୍ତାହାର ନୁହେଁ, ବରଂ ଭାରତର ପ୍ରାଣର ଇସ୍ତାହାର। ଆମେ ଏହି ଇସ୍ତାହାରରେ ଆପଣଙ୍କ ହୃଦୟ ଏବଂ ଆତ୍ମା କଥା ଶୁଣିଛୁ। ଏହି ଇସ୍ତାହାର ଯତ୍ନର ସହ ଲେଖାଯାଇଛି। ପଢ଼ନ୍ତୁ। ଯଦି ଆପଣ ଏହାକୁ ଭଲ ଭାବରେ ଦେଖିବେ, ତେବେ ଆପଣ ବୁଝିବେ ଯେ ଏହି ଇସ୍ତାହାର ଭାରତକୁ ପରିବର୍ତ୍ତନ କରିପାରିବ।
-सवाल - आप मुफ्त योजनाओं के लिए धन की व्यवस्था कहां से करेंगे। (कांग्रेस ने अल्पसंख्यकों के लिए कई घोषणाएं की हैं)
— Arvind kushwaha (@ArvindKush001) April 8, 2024
-सैम पित्रोदा - हम मध्यम वर्ग (जाहिर तौर पर ज्यादातर हिंदू) पर अधिक कर लगाएंगे
तो क्या हिंदुओं को मुस्लिमों की विदेश पढ़ाई और अन्य चीजों के लिए भुगतान करना होगा?… pic.twitter.com/s7Rd7DD8sV
ରାହୁଲ ଗାନ୍ଧୀ ପାଞ୍ଚଟି ଗ୍ୟାରେଣ୍ଟି ଏଥିରେ ତାଲିକାଭୁକ୍ତ କରିଛନ୍ତି ଯାହା ଦଳ ନିଜର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ସେ କହିଛନ୍ତି "ଯେତେବେଳେ ଆମେ ଆପଣଙ୍କୁ ଗ୍ୟାରେଣ୍ଟି ଦେଇଥିଲୁ, ସେତେବେଳେ ଆମେ ସେମାନଙ୍କୁ କଂଗ୍ରେସ ପାର୍ଟିର ଗ୍ୟାରେଣ୍ଟି ବୋଲି କହିଥିଲୁ, କିନ୍ତୁ ବାସ୍ତବରେ ସେସବୁ ଲୋକଙ୍କର ଗ୍ୟାରେଣ୍ଟି ଥିଲା। ଯେତେବେଳେ ଆମେ ୫୦୦ ଟଙ୍କାରେ ସିଲିଣ୍ଡର, ୨୦୦ୟୁନିଟ୍ ମାଗଣା ବିଦ୍ୟୁତ୍, ଗୃହ ଲକ୍ଷ୍ମୀ ଏବଂ ମାଗଣା ବସ୍ ଯାତ୍ରା ବିଷୟରେ କହିଥିଲୁ, ଆମେ ଲୋକଙ୍କ ସହ କଥା ହୋଇଥିଲୁ, ଆମେ ଲୋକଙ୍କ ସ୍ୱର ଶୁଣିଥିଲୁ ଏବଂ ଏହି ଗ୍ୟାରେଣ୍ଟି ପ୍ରସ୍ତୁତ କରିଥିଲୁ। ସେ କହିଛନ୍ତି, ଆଜି ତେଲେଙ୍ଗାନାର ସମସ୍ତେ ଜାଣନ୍ତି ଯେ କଂଗ୍ରେସ ପ୍ରତିଶ୍ରୁତି ପୂରଣ କରୁଛି। ଦେଶରେ ବେକାରୀ ୪୦ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। କିନ୍ତୁ ତେଲେଙ୍ଗାନା ସରକାର ୩୦ ହଜାର ଲୋକଙ୍କୁ ଚାକିରୀ ଦେଇଛନ୍ତି। ଆହୁରି ୫୦ ହଜାର ଲୋକ ଚାକିରି ପାଇବେ। କଂଗ୍ରେସର ଇସ୍ତାହାର ହେଉଛି ଭାରତର ଲୋକଙ୍କ ସ୍ୱର ବୋଲି ରାହୁଲ କହିଛନ୍ତି।