ମୁମ୍ବାଇ : ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ଚର୍ଚ୍ଚାକୁ ଆସିଛି କୁଖ୍ୟାତ ଅଣ୍ଡରଓ୍ବାଲଡ୍ ଡନ୍ ଦାଉଦ ଇବ୍ରାହିମ । କରାଚୀ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ସେ ଏବେ କେଉଁଠି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । 

Advertisment

କେତେକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ କରାଚୀ ଉପରେ ଭାରତର ଆକ୍ରମଣ ପରେ ଭୟରେ ପାକିସ୍ତାନ ଛାଡ଼ି ଅନ୍ୟଏକ ଦେଶକୁ ପଳାଇଛି । କିନ୍ତୁ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଏପର୍ଯ୍ୟନ୍ତ ତାହାକୁ ସ୍ପଷ୍ଟ କରିନାହାନ୍ତି । ଗୁଇନ୍ଦା ସୁତ୍ରରୁ କୁହାଯାଉଛି ଯେ ସେ ପାକିସ୍ତାନରେ ହିଁ ଅଛି, କିନ୍ତୁ ଭାରତୀୟ ଏଜେନ୍ସିମାନଙ୍କୁ ଭୁଆଁ ବୁଲଇବାକୁ ଏପରି ଗୁଜବ ସୃଷ୍ଟି କରାଯାଉଛି । 

ତେବେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ବିଭିନ୍ନ କୁଖ୍ୟାତ ଆତଙ୍କବାଦୀମାନଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏହି କ୍ରମରେ ଦାଉଦକୁ ମଧ୍ୟ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସମ୍ଭବ । ଭାରତର ଆକ୍ରମଣ ଭୟରେ ଖୋଦ ଆଇଏସଆଇ ପକ୍ଷରୁ ସମ୍ଭବତଃ ଗୁଜବ କରାଯାଉଛି ସେ ବିଦେଶ ପଳାଇଛି ।