ଜାଣିଛନ୍ତି କି ମୋଦୀ କେଉଁ ଫୋନ ବ୍ୟବହାର କରନ୍ତି ?

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜାଗ୍ରତ ରହୁଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଫୋନ ବ୍ୟବହାର କରନ୍ତି ଜାଣିଛନ୍ତି କି ? ଫୋନର ମୂଲ୍ୟ କେତେ ଏ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ମୋଦୀ ଆପଲର ଆଇଫୋନ ୬ ବ୍ୟବହାର କରନ୍ତି | ୨୦୧୮ ମସିହାରେ ଚୀନ ଓ ଦୁବାଇ ଗସ୍ତ ସମୟରେ ମୋଦୀ ଏହି ଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା |

ସୁରକ୍ଷା କାରଣରୁ ମୋଦୀ ଏହି ଫୋନ ବ୍ୟବହାର କରୁଥିବାର ଚର୍ଚ୍ଚା ହୁଏ | ଏହି ଫୋନର ମୂଲ୍ୟ ୨୯ ହଜାର ଟଙ୍କା ହୋଇଥିବାବେଳେ ଏଥିରେ ଆପଲ ଏ୯ ୬୪ ବିଟ ପ୍ରୋସେସର ସହ ଏମ୯ ମୋସନ କୋ ପ୍ରୋସେସର ଦିଆଯାଇଛି |

ସେହିପରି ୧୨ ଏମପି ରିୟର କ୍ୟାମେରା ସହ ୫ ଏମପି ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି | ତେବେ ଏହି ଫୋନରେ କେବଳ ଗୋଟିଏ ସିମ ବ୍ୟବହାର କରିହେବାର ବ୍ୟବସ୍ଥା ଥିବାବେଳେ ୩୨ ଜିବିର ଷ୍ଟୋରେଜ କ୍ଷମତା ରହିଛି | ସେହିପରି ଏହି ମୋବାଇଲରେ ୧୭୧୫ ଏମଏଏଚର ବ୍ୟାଟେରୀ କ୍ଷମତା ରହିଛି |

ସମ୍ବନ୍ଧିତ ଖବର