ନୂଆଦିଲ୍ଲୀ: ଦେଶରେ ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ଦେଶରେ କଂରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୦୦ରେ ପହଞ୍ଚିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳାୟର ଓ୍ବେବସାଇଟର ତଥ୍ୟ ଅନୁସାରେ ଦିନକୁ ଦିନ ପଜିଟିଭ ମାମଲା ବଢୁଥିବା ସ୍ପଷ୍ଟ ଜଣା ପଡୁଛି ।

Advertisment

ତେବେ ରିପୋର୍ଟ ଅନୁସାରେ, ଗୁଜୁରାଟରେ ସବୁଠାରୁ ଅଧିକ ସଂକ୍ରମିତ ଅଛନ୍ତି । ଗୁଜୁଟାରରେ ୧୪୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ-୬୭୨, ମହାରାଷ୍ଟ୍ରରେ ୬୧୩, ରାଜସ୍ଥାନରେ ୧୮୦, ତାମିଲନାଡୁରେ ୨୩୨, ଉତ୍ତରପ୍ରଦେଶରେ ୨୪୮, ପଶ୍ଚିମବଙ୍ଗରେ ୭୪୭, କର୍ଣ୍ଣାଟକରେ ୫୨୭, ମଧ୍ୟପ୍ରଦେଶରେ ୧୨୦, ହରିଆଣାରେ ୯୭, ଆନ୍ଧ୍ର ପ୍ରଦେଶରେ ୧୦୨ ପଜିଟିଭ ଅଛନ୍ତି ।

ସେପଟେ କରୋନାର ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି ।

ଭିଡ ସ୍ଥାନରେ ମାସ୍କା ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକେ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର ।