ନୂଆଦିଲ୍ଲୀ: ପ୍ରେମ ଏପରି ଏକ ଜିନିଷ ଯାହା କେତେବେଳେ, କେଉଁଠି ଏବଂ କିପରି ହେବ ତାହା କେହି କହିପାରିବେ ନାହିଁ। ପ୍ରେମ ନା ଦେଖେ ଜାତି, ନା ଦେଖେ କାହାର ଧର୍ମ ନା ଦେଖେ ବୟସ। ପୂର୍ବରୁ ଆମେ ଏଭଳି ଅନେକ ଘଟଣା ଦେଖିଛେ, ଯେଉଁଠି ପ୍ରେମୀଯୁଗଳ ଭିନ୍ନ ଧର୍ମ ବା ଜାତିରେ ବିବାହ କରିବା ସହ ସେମାନଙ୍କ ମଧ୍ୟରେ ବୟସର ତାରତମ୍ୟ ଖବୁ ଅଧିକ ଥାଏ। ଏବେ ସେଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଏଠାରେ ଜଣେ ୧୮ବର୍ଷ ବସୟର ଯୁବତୀ ୫୫ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ପ୍ରଥମେ ଦୁହିଁଙ୍କ ମଧ୍ୟରେ ଶାଳି-ଭିଣୋଇର ସମ୍ପର୍କ ଥିବା ବେଳେ ଏବେ ସେମାନେ ସ୍ବାମା-ସ୍ତ୍ରୀ ହୋଇଛନ୍ତି। ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭଉଣୀକୁ ସାହାଯ୍ୟ କରୁ କରୁ ପ୍ରେମରେ ପଡ଼ିଲି: ଶାଳି
ଯୁବତୀଜଣଙ୍କ କହିଛନ୍ତି ଯେ, "ମୋ ଭଉଣୀ ପ୍ରାୟ ଅସୁସ୍ଥ ରହୁଥିବାରୁ ଘର କାମରେ ସାହାଯ୍ୟ କରିବାକୁ ମୁଁ ତାଙ୍କ ଘରକୁ ଆସୁଥିଲି। ଏହି ସମୟରେ ଭିଣୋଇଙ୍କ ସହିତ ମୋର ବନ୍ଧୁତା ବଢ଼ିଥିଲା। ବନ୍ଧୁତା କେତେବେଳେ ପ୍ରେମରେ ବଦଳିଗଲା, ତାହା ଆମେ ଜାଣିପାରିଲୁ ନାହିଁ। ଘର ସହ ବାହାରେ ମଧ୍ୟ ଆମେ ଦେଖା କରୁଥିଲୁ। ଶେଷରେ ପରସ୍ପରଠାରୁ ଅଲଗା ରହିପାରିବୁ ନାହିଁ ବୋଲି ଜାଣି ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ।"
ସାକ୍ଷାତକାର ବେଳେ ସାମ୍ବାଦିକ ସ୍ବାମୀଙ୍କୁ "ବୁଢା" ବୋଲି କହିବାରୁ ହସିଥିଲେ ଯୁବତୀ। ଏହା ଶୁଣି 'ମୋତେ ଏ "ବୁଢା" ଶବ୍ଦ ଭଲ ଲାଗେନି' ବୋଲି କହିଥିଲେ ୫୫ବର୍ଷୀୟ ବ୍ୟକ୍ତି। ସ୍ବାମୀଙ୍କ ମୁହଁରୁ ଏକଥା ଶୁଣି ଯୁବତୀଜଣଙ୍କ କହିଥିଲେ ଯେ, "ଯଦି ତୁମେ ମୋ ଆଖିରେ ଦେଖିବ, ତେବେ ଆପଣଙ୍କୁ ବୁଢ଼ା ଦିଶିବେ ନାହିଁ। ତାଙ୍କର କେବଳ କେଶ ଧଳା, ଯାହାକୁ ସେ କଳା ରଙ୍ଗ କରିପାରିବେ। ଆଉ ତାଙ୍କ ଦାନ୍ତକୁ ଟିକେ ସଫା କରିଦେଲେ ସେ ବହୁତ ସୁନ୍ଦର ଦେଖାଯିବେ।
ଏହି ଭିଡିଓଟି @mediamunchofficial ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ବେଳେ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ଆହୁରି ପଢ଼ନ୍ତୁ: Gas Burner Cleaning Tips: ପୁରୁଣା ଗ୍ୟାସ୍ ଚୁଲାକୁ କିପରି କରିବେ ସଫା? ଏହି Tips ମାନିଲେ ୫ମିନିଟ୍ରେ ଦିଶିବ ନୂଆ
ଆହୁରି ପଢ଼ନ୍ତୁ: Rahul Gandhi's Big Revelation: ଜଣେ ମହିଳା ୨୨ଥର ଭୋଟ୍ ଦେଲେ କିପରି? ଏଭଳି କହି ବିଜେପିକୁ ଟାର୍ଗେଟ କଲେ ରାହୁଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/05/uttarpradesh-2025-11-05-15-05-32.jpg)