ମୁମ୍ବାଇ: ଶେଷରେ ସେ ସମୟ ଆସିଗଲା। ଦେଶର ବହୁଚର୍ଚ୍ଚିତ ଯୋଡ଼ି ଈଶା ଅମ୍ବାନୀ ଓ ଆନନ୍ଦ ପିରାମଲ ଆଉ ମାତ୍ର କେତେ ଘଣ୍ଟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବେ। ଦେଶ ସାରା ଲୋକ ଆନନ୍ଦ ଓ ଈଶାଙ୍କ ବର-କନ୍ୟା ବେଶ୍ ଦେଖିବାକୁ ଅପେକ୍ଷା କରି ରହିଥିବା ବେଳେ ଇଣ୍ଟରନେଟ୍ରେ ବୁୁଲୁଥିବା ପ୍ରଥମ ଫଟୋରେ ନଜର ଆସିଛନ୍ତି ଈଶାଙ୍କ ଦୁଇ ଭାଇ ଆକାଶ ଓ ଅନନ୍ତ। ସେ ଦୁହେଁ ଘୋଡ଼ି ଚଢ଼ି ଏକ୍ଦମ୍ ନିଆରା ଢଙ୍ଗରେ ଭିଣୋଇ ଆନନ୍ଦଙ୍କୁ ସ୍ୱାଗତ କରିବାକୁ ବାହାରି ଥିବାର ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2018/12/WhatsApp_Image_2018-12-12_at_4.08.41_PM-1-300x200.jpeg)
ପାରମ୍ପରିକ ପୋଷାକରେ ନିଜକୁ ସଜେଇ ବରଯାତ୍ରୀଙ୍କୁ ପାଛୋଟି ଆଣିବାକୁ ଆକାଶ ଓ ଅନନ୍ତ ଯେପରି ଭାବେ ପ୍ରସ୍ତୁତ ହୋଇଛନ୍ତି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାଧାରଣତଃ ଭାରତୀୟ ବିବାହରେ ବରମାନେ ଘୋଡ଼ି ଚଢ଼ି ଶଶୁରଘରକୁ ଆସିଥାନ୍ତି। ତଳେ ରହି ସ୍ୱାଗତ କରିଥାନ୍ତି କନ୍ୟା ପକ୍ଷର ଭାଇମାନେ। ମାତ୍ର ଅମ୍ବାନୀଙ୍କ ଗ୍ରାଣ୍ଡ୍ ଓଏଡିଂ ରେ କିଛି ନିଆରା ଦେଖିବାକୁ ମିଳିଛି। କନ୍ୟାଙ୍କ ଭାଇ ଘୋଡ଼ି ଚଢ଼ି ବର ଓ ବରଯାତ୍ରୀଙ୍କୁ ସ୍ୱାଗତ କରୁଥିବା ବେଳେ ବର ନିଜ ପରିବାର ଲୋକଙ୍କ ସହ ଆସିଛନ୍ତି ବିଳାସମୟ ଭିଣ୍ଟେଜ୍ କାର୍ରେ।
/sambad/media/post_attachments/wp-content/uploads/2018/12/WhatsApp_Image_2018-12-12_at_3.46.06_PM-300x200.jpeg)
ଏକ ସୁନେଲୀ ରଂଗର ପୋଷାକ ପିନ୍ଧି ଉତ୍ସବରେ ନଜର ଆସିଛନ୍ତି ଆକାଶ ଅମ୍ବାନୀଙ୍କ ଭାବି ପତ୍ନୀ ଶ୍ଳୋକା ମେହେଟା। ଅମ୍ବାନୀଙ୍କ ଏହି ଗ୍ରାଣ୍ଡ୍ ଉତ୍ସବରେ ବଲିଉଡ୍, କ୍ରିକେଟ୍ ଓ ବିଭିନ୍ନ ବର୍ଗର ସେଲିବ୍ରେଟିମାନଙ୍କୁ ଆଶା କରାଯାଉଥିବା ବେଳେ ବିଗ୍ ବି ଅମିତାଭ ବଚ୍ଚନ ଓ ଆମୀର ଖାନ୍ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ପହଞ୍ଚି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/WhatsApp_Image_2018-12-12_at_3.21.18_PM.jpeg)