ନୂଆଦିଲ୍ଲୀ: ସାବରମତୀ ଏକ୍ସପ୍ରେସ ଟ୍ରେନରେ ଏକ ମୃତଶରୀର ସହିତ ଯାତ୍ରୀମାନେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ମୃତକ ରାମକୁମାର ସାବରମତୀ ଏକ୍ସପ୍ରେସରେ ସ୍ତ୍ରୀ ପ୍ରେମା, ଦୁଇପିଲା ଓ ସାଥୀ ସୁରେଶ ଯାଦବଙ୍କ ସହିତ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିଲେ। ରାମକୁମାର ଅଯୋଧ୍ୟାର ଇନାୟତ ନଗରସ୍ଥିତ ମଜଲାଇ ଗ୍ରାମରେ ବସବାସ କରୁଥିଲେ। ସେ ସୁରଟରୁ ଅଯୋଧ୍ୟା ଯିବା ପାଇଁ ଟ୍ରେନରେ ଯାତ୍ରା କରୁଥିଲେ। ଏହି ଯାତ୍ରା ସମୟରେ ଟ୍ରେନରେ ରାମକୁମାର ଶୋଇପଡ଼ିଥିଲେ। ରାତି ପାହି ସକାଳ ହେବାପରେ ସାଥୀ ସୁରେଶ ଯେତେବେଳେ ରାମକୁମାରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ସେ ଆଉ କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇ ନଥିଲେ। ଅନ୍ୟ ଯାତ୍ରୀମାନେ ରାମକୁମାରଙ୍କୁ ଆସି ଦେଖିଲା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସ୍ତ୍ରୀ ରାମକୁମାରଙ୍କ ପାଖରେ ବସିଥିବା ବେଳେ କେତେବେଳେ ଯେ ସ୍ବାମୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ସେ ଜାଣି ପାରି ନଥିଲେ। ପରେ ଯେତେବେଳେ ରାମକୁମାର ଆଉ ନାହାନ୍ତି ବୋଲି ସାଥୀ ସୁରେଶ କହିଥିଲେ ପ୍ରେମା ତାଙ୍କ କଥାକୁ ମଜାରେ ଉଡ଼ାଇ ଦେଇଥିଲେ। ଝାନସୀ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଜିଆରପି ପୁଲିସ ରାମକୁମାରଙ୍କ ମୃତଦେହକୁ ଯେତେବେଳେ ଜବତ କରିଥିଲା ସେତେବେଳେ ସ୍ତ୍ରୀ ପ୍ରେମା ପାଗିଳି ପ୍ରାୟ କାନ୍ଦୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp