ନୂଆଦିଲ୍ଲୀ: ରୁଷ୍ଠାରୁ ତେଲ କିଣିବାକୁ ବିରୋଧ କରି ଭାରତ ଉପରେ ୫୦%ର ଶୁଳ୍କ ଲଗାଇଛି ଆମେରିକା। ଭାରତର ବିଭିନ୍ନ ଉତ୍ପାଦ ଉପରେ ଏବେ ଅତିରିକ୍ତ ଶୁଳ୍କ ଲଗାଯାଇଛି। ଏତେ ଚାପ ସତ୍ତ୍ବେ ଭାରତ ନଇଁନଥିବା ଦେଖି ଆମେରିକା ଏବେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଥିବା ଜଣାଯାଇଛି। ଭାରତକୁ ନୁଆଁଇବା ପାଇଁ ଆହୁରି ଅଧିକ ଶୁଳ୍କ ଲଗାଇବାକୁ ଆମେରିକା ଯୋଜନା କରୁଥିବା ସାମ୍ନାକୁ ଆସିଛି। ଏଥର ଆମେରିକା ୟୁରୋପୀୟ ଦେଶମାନଙ୍କୁ ଏଭଳି କରିବାକୁ କହିଥିବା ଜଣାଯାଇଛି।
ହ୍ୱାଇଟ୍ ହାଉସ୍ ଏବେ ୟୁରୋପୀୟ ଦେଶମାନଙ୍କୁ ଭାରତ ଉପରେ ସମାନ କଟକଣା ଲାଗୁ କରିବାକୁ ଅପିଲ୍ କରିଛି । ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ, ୟୁରୋପ; ଭାରତରୁ ତେଲ ଏବଂ ଗ୍ୟାସ କିଣିବା ସମ୍ପୂର୍ଣ୍ଣ ବନ୍ଦ କରୁ ଏବଂ ଦ୍ୱିତୀୟ ଶୁଳ୍କ ଲାଗୁ କରୁ। ଆମେରିକା ଅଭିଯୋଗ କରିଛି ଯେ, ଭାରତ ରୁଷର ଅଶୋଧିତ ତେଲ କିଣି ମସ୍କୋକୁ ଆର୍ଥିକ ସହାୟତା ପ୍ରଦାନ କରୁଛି ଏବଂ ଏଭଳି କରି ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଉଛି। ଏଥିପାଇଁ ୱାଶିଂଟନ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି।
ଏହାର ଜବାବରେ ଭାରତ କହିସାରିଛି ଯେ, ଚୀନ୍ ଏବଂ ୟୁରୋପ ଉଭୟ ରୁଷଠାରୁ ବଡ଼ ପରିମାଣରେ ତେଲ ଏବଂ ଗ୍ୟାସ କିଣୁଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରିନି ଆମେରିକା। ୫୦%ଶୁଳ୍କ ଲାଗୁ ସତ୍ତ୍ବେ ଭାରତ ନଇଁବା ପରିବର୍ତ୍ତେ ଆଗକୁ ବଢ଼ୁଥିବା ଦେଖି ଏବେ ୟୁରୋପର ସାହାଯ୍ୟ ଲୋଡ଼ିଛି ଆମେରିକା।
ଏମଧ୍ୟରେ ତିଆନଜିନ୍ରେ ଆଜିଠୁ ଅନୁଷ୍ଠିତ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ କେବଳ ଏସସିଓରେ ସଦସ୍ୟ ଥିବା ଦେଶମାନଙ୍କ ପାଇଁ ନୁହେଁ ବରଂ ବିଶ୍ୱ ରାଜନୀତି ଏବଂ ଅର୍ଥନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆମେରିକାର ଟ୍ରମ୍ପ ସରକାରଙ୍କ 'ଶୁଳ୍କ ଯୁଦ୍ଧ' ଏବଂ ପକ୍ଷପାତପୂର୍ଣ୍ଣ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/31/new-project-1-2025-08-31-09-51-39.jpg)