ଓ୍ଵାଂସିଟନ୍: ଲକ୍ସ୍ର୍-ଏ-ତୈବାର ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କୁ ମୁକ୍ତ କରିଥିବାରୁ ଶନିବାର ଦିନ ହ୍ଵାଇଟ୍ ହାଉସ୍ ପାକିସ୍ତାନକୁ କଟୁ ସମାଲୋଚନା କରିଛି। ହାଫିଜ୍ଙ୍କୁ ପୁନର୍ବାର ଗିରଫ କରି ବିଚାରର ସମ୍ମୁଖୀନ ନ କରାଇଲେ ପାକିସ୍ତାନ ସହ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବ। ସମଗ୍ର ବିଶ୍ୱରେ ପାକିସ୍ତାନର ଦୁର୍ନାମ ହେବ ବୋଲି ହ୍ଵାଇଟ୍ ହାଉସ୍ ଚେତାଇ ଦେଇଛି।
ପାକିସ୍ତାନକୁ ଆତଙ୍କବାଦ ପ୍ରାୟୋଜକ ଦେଶ କହିଛି ହ୍ଵାଇଟ୍ ହାଉସ୍। ଅଦାଲତରେ ସଇଦ୍ଙ୍କ ବିଚାର କରାଇବା କିଂବା ତାଙ୍କ ବିରୋଧରେ ଚାର୍ଚ କରାଇବାରେ ପାକିସ୍ତାନର ବିଫଳ ହୋଇଛି। ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନର ପ୍ରତିଶ୍ରୁତିକୁ ଏହା ବିରୋଧ କରୁଛି। ଆତଙ୍କବାଦୀଙ୍କୁ ପାକିସ୍ତାନରେ ସୁରକ୍ଷିତ ରଖାଯିବ ନାହିଁ ବୋଲି ପାକିସ୍ତାନ କରୁଥିବା ଦାବିର ମଧ୍ୟ ଏହା ବିରୁଦ୍ଧାଚରଣ କରୁଛି ବୋଲି ହ୍ଵାଇଟ୍ ହାଉସ୍ ଏକ ବିବୃତିରେ ପ୍ରକାଶ କରିଛି।
ସଇଦ୍ଙ୍କୁ ‘କୁଖ୍ୟାତ ଆତଙ୍କବାଦୀ’ ବୋଲି ମଧ୍ୟ ହ୍ଵାଇଟ୍ ହାଉସ୍ କହିଛି। ସଇଦ୍ଙ୍କ ମନ୍ଦ କାର୍ଯ୍ୟକୁ ବିରୋଧ କରି ଆନ୍ତର୍ଜାତିକ ସ୍ତରରେ ସ୍ପଷ୍ଟ ସହମତି ରହିଛି। ଡିସେମ୍ବର ୨୦୦୮ରେ ଜାତିସଂଘର ୟୁଏନ୍ ସିକ୍ୟୁରିଟି କାଉନ୍ସିଲ୍ ରିଜୋଲ୍ୟୁସନ୍ ୧୨୬୭ରେ ସଇଦ୍ଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆ ଯାଇଥିଲା। ଡିପାର୍ଟମେଣ୍ଟ୍ ଅଫ୍ ଟ୍ରେଜରି ମଧ୍ୟ ତାଙ୍କୁ ସ୍ପେସିଆଲି ଡେଜିଗ୍ନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ୍ ଆଖ୍ୟା ଦେଇଥିଲା।