ଟିକଟକ୍, ଓ୍ବିଚାଟକୁ ନିଷିଦ୍ଧ କରିବାକୁ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କଲେ ବାଇଡେନ 

ଓ୍ବାସିଂଟନ :  ଆମେରିକାର ଜୋ ବାଇଡେନ ସରକାର ଟ୍ରମ୍ପଙ୍କ ଅମଳରେ ଟିକ ଟକ୍ ଓ ଓ୍ବିଚାଟ୍ ଆଦି ଚୀନା ଆପ ଉପରେ ଲଗାଯ଼ାଇଥିବା ନିଷେଧାଜ୍ଞାକୁ ଉଠାଇନେଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଏସବୁ ଚୀନା ଆପଗୁଡ଼ିକର  ବାଇଡେନ ସରକାର ପୁଣି ଥରେ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆମେରିକାର ବାଣିଜ୍ୟ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯ଼ାଇଛି ଯେ ଚୀନ ଦ୍ବାରା ନିୟନ୍ତ୍ରିତ ଆପଗୁଡ଼ିକ ଉପରେ ଏକ ତଥ୍ୟ ଭିତ୍ତିକ ବିଶ୍ଳେଷଣ କରାଯିବ । ଚୀନ ଆପଗୁଡ଼ିକ ଆମେରିକୀୟଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଚୀନ ସେନାକୁ ପଠାଉଥିବାକୁ ନେଇ ବାଣିଜ୍ୟ ବିଭାଗର ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମିରିକୀୟଙ୍କ ସ୍ବାର୍ଥର କିପରି ସୁରକ୍ଷା କରାଯ଼ାଇପାରିବ ସେ ନେଇ ବିଭାଗ ପକ୍ଷରୁ ଆମେରିକା ସରକାରଙ୍କୁ ସୁପାରିଶ କରାଯ଼ିବ ।

ଆମେରିକାର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗତ ବର୍ଷ ଅଗଷ୍ଟ ମାସରେ ଡୋନାଲ୍ଡ ଟ୍ରମ୍ପ ସରକାର ଏକ ଏକଜକ୍ୟୁଟିଭ ଅର୍ଡର ଜାରି କରି ଟିକଟକ ଓ ଓ୍ବଚାଟକୁ ନିଷିଦ୍ଧ କରିଥିଲେ । ଏହା ସହିତ ଟିକ୍‌ଟକ୍‌ର ଆମେରିକାରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରିବା ଲାଗି ବାଇଟ୍‌ଡ୍ୟାନ୍ସକୁ ଟ୍ରମ୍ପ୍ ସରକାର ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର