ଓ୍ଵାସିଂଟନ : ଏକ ସଂଦଗ୍ଧ ବିମାନ ଆମେରିକାର ରାଜଧାନୀ ଓ୍ଵାସିଂଟନ ଡିସିର ନିଷିଦ୍ଧ ବାୟୁକ୍ଷେତ୍ରରେ ପ୍ରବେଶ କରିବା ପରେ କିଛି ସମୟ ପାଇଁ ଆମେରିକାରେ ହଇଚଇ ସୃଷ୍ଟି ହୋଇଥିଲା । ବିପଦ ଆଶଙ୍କା କରି ଓ୍ଵାସିଂଟନରେ ‘ନ୍ୟାସନାଲ ଇଭେଣ୍ଟ କନଫରେନ୍ସ’ ଲାଗୁ କରାଯାଇଥିଲା । ଏହି ବ୍ୟବସ୍ଥା ଅନୁସାରେ ଜରୁରୀ ପରିସ୍ଥିତିରେ ଆମେରିକାର ପ୍ରମୁଖ ସୁରକ୍ଷା ଏଜେନ୍ସିଗୁଡ଼ିକ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଯାଆନ୍ତି । ଏହି ବ୍ୟବସ୍ଥା ଲାଗୁ ହେବା ପରେ ହ୍ଵାଇଟହାଉସ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ମ ପ୍ରତିଷ୍ଠାନ ଥିବା କ୍ୟାପଟଲ ହିଲକୁ ଯାଉଥିବା ସବୁ ଯାନବାହାନକୁ ବନ୍ଦ କରାଯାଇଥିଲା । ଏହା ସହିତି ହ୍ଵାଇଟହାଉସକୁ ତୁରନ୍ତ ବନ୍ଦ କରାଯିବା ସହ କର୍ମଚାରୀମାନଙ୍କୁ ସେଠାରୁ ଖାଲି କରାଯାଇଥିଲା । ସଂଦିଗ୍ଧ ବିମାନକୁ ଠାବ କରିବାକୁ ତୁରନ୍ତ ଲଢୁଆ ବିମାନ ପଠାଯାଇଥିଲା । ତେବେ ପରେ ଉକ୍ତ ବିମାନ ସହ ଏୟାରଟ୍ରାଫିକ କଣ୍ଟ୍ରୋଲରଙ୍କ ସଂପର୍କ ହେବା ପରେ କଟକଣାକୁ ହଟେଇଦିଆଯାଇଥିଲା । ଓ୍ଵାସିଂଟନରେ ସ୍ଥାନୀୟ ସମୟ ସକାଳ ୯ଟାରେ ଏହି ଲକଡାଉନ ଆରମ୍ଭ ହୋଇ ୨୦ ମିନିଟପରେ ଉଠାଇ ନିଆଯାଇଥିଲା ।
୧୧, ସେପ୍ଟେମ୍ବର ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାରେ ସଂଦିଗ୍ଧ ବିମାନଗୁଡିକର ମୁକାବିଲା ପାଇଁ ଏପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆମେରିକା : ନିଷିଦ୍ଧ ଆକାଶସୀମା ଲଙ୍ଘିଲା ସଂଦିଗ୍ଧ ବିମାନ, ହ୍ଵାଇଟହାଉସକୁ ୨୦ ମିନିଟ ପାଇଁ ବନ୍ଦ କରାଗଲା
/sambad/media/post_attachments/wp-content/uploads/2019/11/WHITE-HOUSE.jpg)